-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
06-May-2021
କଲମ୍ବୋ(ପ୍ରେରଣା ଖବର ବ୍ୟୁରୋ): ଭାରତରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢି ଚାଲିଥିବା ବେଳେ ଭାରତରୁ ଯାଉଥିବା ସମସ୍ତ ବିମାନ ଉପରେ ପ୍ରତିବନ୍ଧକ ଲଗାଇଛି ଶ୍ରୀଲଙ୍କା | କେବଳ ଶ୍ରୀଲଙ୍କା ନୁହେଁ ଶ୍ରୀଲଙ୍କା ପୂର୍ବରୁ ବ୍ରିଟେନ, ୟୁଏଇ, ଅଷ୍ଟ୍ରେଲିଆ ଏବଂ ସିଙ୍ଗାପୁର ପରି ଅନେକ ଦେଶ ଭାରତ ତଥା ଅନ୍ୟ ଦକ୍ଷିଣ ଏସୀୟ ଦେଶରୁ ଯାତ୍ରୀଙ୍କୁ ନିଷିଦ୍ଧ କରିସାରିଛନ୍ତି।
ଶ୍ରୀଲଙ୍କାର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ଆଜି କହିଛି ଯେ, ଭାରତର ଯାତ୍ରୀମାନଙ୍କୁ ଶ୍ରୀଲଙ୍କାରେ ଓହ୍ଲାଇବାକୁ ଦିଆଯିବ ନାହିଁ। ଭାରତରେ କରୋନାଭାଇରସ୍ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି।ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ପକ୍ଷରୁ କୁହାଯାଇଛି ଯେ, କରୋନା ମହାମାରୀ ହେତୁ ଶ୍ରୀଲଙ୍କାର ସ୍ୱାସ୍ଥ୍ୟ ଅଧିକାରୀଙ୍କଠାରୁ ମିଳିଥିବା ନିର୍ଦ୍ଦେଶ ଅନୁଯାୟୀ ଭାରତରୁ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ଉପରେ କଟକଣା ଲଗାଯାଇଛି | ଶ୍ରୀଲଙ୍କାରେ ମଧ୍ୟ କରୋନା ସ୍ଥିତି ଖରାପ ହେଉଥିବା ବେଳେ ସଂକ୍ରମଣକୁ କମ କରିବା ପାଇଁ ଶ୍ରୀଲଙ୍କା ସରକାର ଏହି ନିଷ୍ପତି ନେଇଛନ୍ତି