-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
06-May-2021
ଗଞ୍ଜାମ (ଉମା ମହାରଣା) :, ଗଞ୍ଜାମ:ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା, ବର୍ତ୍ତମାନ ବେଗୁନିଆପଡ଼ା ଅଞ୍ଚଳ ବାସୀଙ୍କ ପ୍ରଶଂସା ର ପାତ୍ର। ଯେତେବେଳେ ବେଗୁନିଆପଡ଼ା ଫାଣ୍ଡି ରେ ଫାଣ୍ଡି ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କଲେ। ସେତେବେଳେ ଅପରାଧୀ ଙ୍କୁ କରିଥିଲେ ସାବାଡ। ଛନକା ପଶିଥିଲା ଅପରାଧୀ ମାନଙ୍କ ଛାତିରେ। ଧୀରେ ଧୀରେ ବେଗୁନିଆପଡ଼ା ଅଞ୍ଚଳର ଅପରାଧ ସାମ୍ରାଜ୍ଯ କୁ ଧୂଳି ସାତ କରିବାରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ଦୀପ୍ତି ରଞ୍ଜନ ବେହେରା। କିନ୍ତୁ ତାହା ଶତ ପ୍ରତିଶତ ସଫଳ ହୋଇଥିଲା। ସେ ସମୟରେ ଭୟଭୀତ ହୋଇଥିଲେ ଅପରାଧୀ। ନିକଟରେ ସୁମଣ୍ଡଳ ଠାରେ ହତ୍ୟାକାଣ୍ଡ ଅପରାଧୀ ମାନଙ୍କୁ ଧରି ବେଶ ପ୍ରଶଂସା ମଧ୍ଯ ସାଉଁଟି ଥିଲେ। ଖାଲି ଅପରାଧି ନୂହେଁ, ବେଆଇନ ଚୋରା ମଦ ବିକ୍ରେତା ଙ୍କୁ ମଧ୍ଯ ସେ ସାବାଡ କରିଥିଲେ। ଅପରାଧୀ ମାନଙ୍କ ପ୍ରତି ସେ ଯେତେ କଠୋର ଥିଲେ, ଗରିବ ଓ ନିଷ୍ପେଶିତ ମହିଳା ମାନଙ୍କ ପ୍ରତି ସେ ହୃଦୟବାନ ଥିଲେ। ଗରିବ ଅବହେଳିତ ମହିଳା ମାନଙ୍କୁ ନ୍ୟାୟ ଦେବାରେ, ବେଗୁନିଆପଡ଼ା ଫାଣ୍ଡି ର ବହୁ ଫାଣ୍ଡି ଅଧିକାରୀ ଙ୍କ ମଧ୍ୟରୁ ସେ ଅନ୍ୟତମ। ଏ କଥା ଆମେ କହୁନୁ କହୁଛନ୍ତି ବେଗୁନିଆପଡ଼ା ଅଞ୍ଚଳବାସୀ। କୋରୋନା ସମୟରେ ଜନସଚେତନତା ହେଉ କିମ୍ବା ସଡ଼କ ସୁରକ୍ଷା ଦିଗରେ ହେଉ ଜନହିତ ପାଇଁ ବହୁ ଚେଷ୍ଟାକରୁ ଥିଲେ। ସେ କେବଳ ବେଗୁନିଆପଡ଼ା ଅଞ୍ଚଳରେ ପ୍ରଶଂସାର ପାତ୍ର ନୁହଁ , ସେ ପୂର୍ବରୁ କାର୍ଯ୍ୟରତ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଫାଣ୍ଡି ଅଞ୍ଚଳରେ ମଧ୍ଯ ଖୁବ ପ୍ରଶଂସିତ। କିଛିଦିନ ତଳେ ସବ୍ଇନ୍ସପେକ୍ଟର ରୁ ଇନ୍ସପେକ୍ଟର କୁ ପଦୋନ୍ନତି ଖବର ଶୁଣିଲା ପରେ ସ୍ୱାଗତ୍ ସମ୍ଵର୍ଦ୍ଧନା ର ସୁଅ ଛୁଟି ବାରେ ଲାଗିଥିଲା। ବର୍ତ୍ତମାନ ରମ୍ଭା ଥାନା ରେ ଇନ୍ସପେକ୍ଟର ଭାବେ ନିଯୁକ୍ତି ଖବର ଶୁଣି ବେଗୁନିଆପଡ଼ା ଅଞ୍ଚଳ ବାସୀ ଦୀପ୍ତି ବାବୁଙ୍କୁ ଶୁଭେଚ୍ଛା ଜଣାଇ ବାକୁ ମଧ୍ଯ ପଛେଇ ଯାଇନାହାନ୍ତି।