-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
02-May-2021
ବାରଙ୍ଗ: କିଛିଦିନର ବ୍ୟବଧାନ ପରେ ପୁଣି ମାତିଛି ମାକେନା ହାତୀ। ଚନ୍ଦକା ଜଙ୍ଗଲର ଏହି ମାକେନା ହାତୀ ଶନିବାର ବିଳମ୍ବିତ ରାତିରେ ନନ୍ଦନକାନନର ସୁରକ୍ଷା ପ୍ରାଚୀର ଭାଙ୍ଗି ନନ୍ଦନକାନନର ସୀମାକୁ ପଶିଥିବାର ରବିବାର ସକାଳେ ଦେଖିବାକୁ ମିଳିଥିଲା ାତେବେ ମାକେନା ନନ୍ଦନକାନନ ସୀମାରେ ଥିବା ଜଙ୍ଗଲରେ ରହିଯାଇଥିବା ବେଳେ ହାତୀ ସଫାରୀ ସହ ଜୀବଜନ୍ତୁ ଥିବା ଜାଗାପାଖକୁ ଆସି ନ ଥିବାର ଜଣାପଡିଛି। ପୂର୍ବରୁ ମାକେନା ନନ୍ଦନକାନନର ସୁରକ୍ଷା ପ୍ରାଚୀରଭାଙ୍ଗି ହାତୀ ସଫାରୀ ମଧ୍ୟକୁ ପଶି ବନ୍ଧା ହୋଇରହିଥିବା ହାତୀକୁ ଆକ୍ରମଣ ଓ ବିଭିନ୍ନ ଏନକ୍ଲୋଜର ପାଖକୁ ଯାଇ ପ୍ରାଚୀର ଓ ଗଛ ଭାଙ୍ଗିବାର ନଜିର ରହିଥିବାରୁ ସୌଭାଗ୍ୟବଶତଃ ଏକ ବଡ଼ ଦୁର୍ଘଟଣାରୁ ନନ୍ଦନକାନନ ବର୍ତ୍ତିଯାଇଥିବାର ଜଣାପଡ଼ିଛି ା ତେବେ ରବିବାର ସକାଳେ ଏହା ଜଣାପଡ଼ିବା ପରେ କର୍ମଚାରୀମାନେ ବିଭିନ୍ନ ଏନକ୍ଲୋଜର ବୁଲି ଠିକ୍ ଥିବାର ଦେଖିବା ପରେ ମାକେନାକୁ ଠାବ କରିବାକୁ ବାହାରିଥିଲେ ା ତେବେ ବାଘ ସଫାରୀ ପଛପଟ ଜଙ୍ଗଲରେ ମାକେନା ଥିବାର ଦେଖିବାକୁ ପାଇଥିବାବେଳେ ତାର ଗତିବିଧି ଉପରେ ନଜର ରଖିଥିବାର ଜଣାପଡ଼ିଛି। (ଦୀପକ କୁମାର ଷଡଙ୍ଗୀ ଙ୍କ ରିପୋର୍ଟ)