-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
01-May-2021
ନାର୍ଲା (ସଞ୍ଜୀବ ଦାସ): ନର୍ଲା ବ୍ଲକ ରୁପ୍ରାରୋଡର ବରିଷ୍ଠ ନାଗରିକ, ବିଶିଷ୍ଟ ସମାଜସେବୀ,ରୁପ୍ରାରୋଡ ହାଇସ୍କୁଲର ପ୍ରତିଷ୍ଠାତା ସାଧୁରାମ ଅଗ୍ରୱାଲ ଆଉ ଇହଧାମରେ ନାହାନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ଅଞ୍ଚଳର ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ସହ ସର୍ବାଙ୍ଗୀନ ବିକାଶରେ ତାଙ୍କର ବିଶେଷ ଅବଦାନ ରହିଛି। କିଛିଦିନ ତଳେ ସେ ରୁପ୍ରାରୋଡ ହାଇସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ। ରୁପ୍ରାରୋଡରେ ଏକ ମହାବିଦ୍ୟାଳୟ, ଉଚ୍ଚ ମାନର ଡାକ୍ତରଖାନା ସହ ଅନେକ କିଛି ଜନହିତକର କାର୍ଯ୍ୟ କରିବାକୁ ସେ ଯୋଜନା କରିଥିଲେ। କିନ୍ତୁ ଏସବୁ ପୁରଣ ହେବା ପୂର୍ବରୁ ଆରପାରିକୁ ଚାଲିଗଲା ଡ଼ଃ ଅଗ୍ରଓ୍ବାଲ। ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବାପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।