-+91-9937148622 |
prerana_bgr@rediffmail.com |
Wednesday 13th May 2026 |
R.N.I. Regd No. ODIODI/2010/46693
Breaking News
26-Apr-2021
ଉଲୁଣ୍ଡା(ଗୌର ଚନ୍ଦ୍ର ପରିଛା) ନିଜ ଜନ୍ମ ଦିନକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ଅଧ୍ୟାପକ ତଥା ରେଡକ୍ରସ କାଉନସେଲର ଉଦ୍ଧବ ପଧାନ । ଜନ୍ମଦିନରେ ଜଣେ ୬ ବର୍ଷର ଶିଶୁକୁ ରକ୍ତଦାନ କରି ଜୀବନ ବଂଚାଇଛନ୍ତି । ପ୍ରକାଶ ଯେ, ସୁବଲୟା ଥାନା ଘିଚାପାଲି ଗାଁର ୬ବର୍ଷର ଶିଶୁ ରୀନା ବେହେରା ସାଲାସିନିଆ ରୋଗରେ ପିଡିତ ହୋଇ ସୋନପୁର ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ । ଗତକାଲି ତାଙ୍କର ରକ୍ତର ଆବଶ୍ୟକତା ପଡିଥିଲା । ଏହା ଜାଣିବା ପରେ ଉଲୁଣ୍ଡା ବ୍ଲକ ଗଣ୍ଡପାଲି ଗାଁର ଅଧ୍ୟାପକ ଉଦ୍ଧବ ପଧାନ ନିଜ ଜନ୍ମଦିନ ଉତ୍ସବକୁ ସୀମିତ ରଖି ସୋନପୁର ଡାକ୍ତରଖାନାକୁ ଯାଇ ରକ୍ତଦାନ କରି ଶିଶୁଟିର ଜୀବନ ବଂଚଇାଥିଲେ । ଅଧ୍ୟାପକଙ୍କ ଏଭଲି ଏକ ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଇଛି ।