-+91-9937148622 |
prerana_bgr@rediffmail.com |
Sunday 15th March 2026 |
R.N.I. Regd No. ODIODI/2010/46693
Breaking News
19-Oct-2020
ବୈଜୟନ୍ତଙ୍କ ଟ୍ୱିଟକୁ ନେଇ ରାଜ୍ୟରେ ଆକ୍ରୋଶ ଦେଖା ଯାଇଛି । ବିଜେଡି ତାଙ୍କ ବିରୋଧରେ ବୟାନ ଦେବା କିଛି ବଡ କଥା ନୁହେଁ । ବଡ କଥା ହେଉଛି ତାଙ୍କ ନିଜ ଦଳ ବିଜେପିରୁ ତାଙ୍କୁ ଖୋଲା ସମର୍ଥନ ମିଳୁନି । ଏହାର କାରଣ କ’ଣ ? ହୁଏତ ବିଜେପି ମଧ୍ୟ ଖୋଲାଖୋଲି ତାଙ୍କୁ ସମର୍ଥନ କରି ଲୋକଙ୍କ ସମର୍ଥନ ହରାଇବାକୁ ଚାହୁଁନି । କୌଣସି ଜଣେ ବି ବିଜେପି ନେତା ତାଙ୍କ ସପକ୍ଷରେ ମତ ରଖିନାହାନ୍ତି । ଦଳ ବୈଜୟନ୍ତଙ୍କ ସପକ୍ଷରେ ବାହାରିବା ଦୂରର କଥା, କୌଣସି ବରିଷ୍ଠ ନେତା ତାଙ୍କ ସପକ୍ଷରେ ମତ ଦେବାକୁ ରୋକଠୋକ୍ ମନା କରିଦେଇଛନ୍ତି ।କେତେକ ନେତା ତ ନିଜ ନାମ ଗୋପନ ରଖି କହିଛନ୍ତି, ଭାଜପାରେ କର୍ମକର୍ତ୍ତା ଭାବେ ଅଛୁ ରହିବୁ । ହେଲେ କେତେକ ତ ନିଜ ସ୍ୱାର୍ଥ ହାସଲ ପାଇଁ ଦଳରେ ମିଶିଛନ୍ତି । ନିଜର ଗୋଷ୍ଠୀ ତିଆରି କରିବାକୁ ଚେଷ୍ଟା କରୁଛନ୍ତି । ସଚ୍ଚୋଟ କର୍ମୀଙ୍କ ଅପେକ୍ଷା ନିଜର ବେପାର ସାମ୍ରାଜ୍ୟ ବୃଦ୍ଧି କରିବାକୁ ଚାହୁଁଛନ୍ତି । ସେମାନଙ୍କ ପାଇଁ ଦଳ ରାଜ୍ୟରେ ବଦନାମ ହୋଇଗଲାଣି। ଏହି ଖବର ଲେଖା ହେଲା ବେଳକୁ ସାରା ଓଡ଼ିଶାରେ ବୈଜୟନ୍ତ ପଣ୍ଡାଙ୍କ କୁଶପୁତ୍ତଳିକା ଦାହ କରାଯାଉଥିଲା । କିନ୍ତୁ ବିଜେପିର କୌଣସି ବଡ ନେତା ତାଙ୍କ ସପକ୍ଷରେ ମୁହଁ ଖୋଲୁନାହାନ୍ତି । ଏମିତିକି ଦଳର ବରିଷ୍ଠ ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ଓଡ଼ିଶାର ସ୍ୱାର୍ଥ ସ୍ୱାଭିମାନ ସହ କୌଣସି ପରିସ୍ଥିତିରେ ବି ସାଲିସ କରାଯିବ ନାହିଁ । ରାଜ୍ୟର ଅପମାନ ସହ୍ୟ କରାଯିବ ନାହିଁ!!