-+91-9937148622 |
prerana_bgr@rediffmail.com |
Wednesday 13th May 2026 |
R.N.I. Regd No. ODIODI/2010/46693
Breaking News
24-Apr-2021
ସୁରଟ (ପ୍ରେରଣା ଖବର ବ୍ୟୁରୋ) ଦେଶରେ ମହାମାରୀ ପାଇଁ ଦୟନୀୟ ସ୍ଥିତି । ଗୁଜୁରାଟ ସୁରଟରେ ସ୍ଥିତି ସଂଗୀନ ହେବାରେ ଲାଗିଛି । ଏଠାରେ କରୋନାରେ ଦୈନିକ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏତେ ସଂଖ୍ୟାରେ ମୃତକଙ୍କ ସଂଖ୍ୟା ବୃଦ୍ଧିପାଉଛି ଯେ, ଶ୍ମଶାନରେ ଶବଦାହ ପାଇଁ କାଠର ହେଉଛି ଘୋର ଅଭାବ । ଭାଇରସ ସୁରଟରେ ଶବଦାହ ପାଇଁ ଅଭାବ ପଡୁଛି କାଠ । ଫଳରେ ଚିନି କଳରୁ ବାହାରୁଥିବା ଆଖୁ ବାଗାସେର ସାହାଯ୍ୟ ନିଆଯାଉଛି ।
ତାରି ସହାୟତାରେ ମୃତଦେହ ସବୁ ପୋଡାଯାଉଛି । ସୁରଟରେ ପ୍ରମୁଖ ମୁଖ୍ୟ ତିନୋଟି ଶ୍ମଶାନ ଅଛି । ହେଲେ କରୋନା ମୃତ୍ୟୁ ଏତେ ମାତ୍ରାରେ ବଢିଯାଇଛି ଯେ, ୩ ଶ୍ମଶାନରେ ବି ଜାଗା କମିଯାଉଛି । ଫଳରେ ଆଉ ନୂଆ ଶ୍ମଶାନ ତିଆରି କରାଯାଉଛି । କିନ୍ତୁ ଏ ପରିସ୍ଥିତିରେ ଏବେ ଶବଦାହ ପାଇଁ କାଠର ଘୋର ଅଭାବ ଦେଖାଦେଇଛି । ତେବେ ଚିନିକଳରୁ ରିତିମତ ଆଖୁ ବାଗାସେ ପଠାଯାଉଛି । ଦରକାର ମୁତାବକ୍ ଯଥାସମ୍ଭବ ମାଗଣାରେ ଯୋଗାଇଦିଆଯାଉଛି । କୈଳାସ ମୋକ୍ଷ ଧାମ ଘାଟରେ ବେଶି ସଂଖ୍ୟାରେ ଆଖୁ ବାଗେସେର ବ୍ୟବହାର ହେଉଛି ।