-+91-9937148622 |
prerana_bgr@rediffmail.com |
Tuesday 12th May 2026 |
R.N.I. Regd No. ODIODI/2010/46693
Breaking News
19-Apr-2021
ଗଞ୍ଜାମ (ଉମା ମହାରଣା) :ଗଞ୍ଜାମ ଜିଲ୍ଲା ବେଗୁନିଆ ପଡା ବ୍ଲକ ସାଙ୍କୁଡା ବାଙ୍କ ବନ୍ଧ ବରଗଛ ମୂଳେ ଏକ ନବ ଜାତ ଶିଶୁଟି ମୁର୍ତ୍ୟୁ ଅବସ୍ଥା ରେ ପଡିରହିଥିବା ଦେଖିବାକୁ ମିଳିଛି କାଉ, କୁକୁର ମଧ୍ୟ୍ୟ ଶିଶୁ ଟିକୁ ଝୁଣି ଥିବା ଭିଡ଼ିଓ ରୁ ସ୍ୱଷ୍ଟ ବାରିହୋଉଛି । କିଏ ଏବଂ କେଉଁ କାରଣରୁ ଶିଶୁ ପୁତ୍ରକୁ ରାସ୍ତା କଡରେ ପକେଇ ଚାଲି ଯାଇଛି ଜଣାପଡିନାହିଁ। ଏଭଳି କେଉଁ ଅବିବାହିତା ନାରୀ ନିଜ ଗର୍ଭଯାତ ଶିଶୁ ପୁତ୍ରକୁ ରାସ୍ତା କଡରେ ପକାଇ ଦେଇ ଲୋକ ଲଜ୍ୟାରୁ ବଞ୍ଚିବା ପାଇଁ ପଳାୟନ କରିଛି କି ? ତାହା ଏବେ ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି ନା ଆଉ କେହି ଏଇ ଶିଶୁ ପୁତ୍ର ଟିକୁ ଫୋପାଡ଼ି ଚାଲିଯାଇଛି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ ଘଟଣା ସ୍ଥଳରେ ବେଗୁନିଆପଡା ପୋଲିସ ପହଂଚି ତଦନ୍ତ ଚଳାଇଛନ୍ତି