-+91-9937148622 |
prerana_bgr@rediffmail.com |
Tuesday 12th May 2026 |
R.N.I. Regd No. ODIODI/2010/46693
Breaking News
19-Apr-2021
କୋଦଳା(ଉମା ମହାରଣା) : କାଳବୈଶାଖୀ , ବଜ୍ରାଘାତ ରେ ଜଣେ ମୃତ , ଜଣେ ଆହତ । ଗଞ୍ଜାମ ଜିଲ୍ଲା ର ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଖଣ୍ଡାଧାର ଗାଁ ନିକଟରେ ଘଟିଛି ଏଭଳି ଘଟଣା । ମୃତକ ହେଲେ ଭୃଗୁ ପାତ୍ର । ରାସ୍ତା କଡରେ ବସି ପରିବା ବିକ୍ରି କରୁଥିବା ବେଳେ ବଜ୍ରାଘାତ ହୋଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଜଗନ୍ନାଥପ୍ରସାଦ ମେଡିକାଲ ଓ ପରେ ଭଞ୍ଜନଗର ମେଡିକାଲ ରେ ଭର୍ତି କରାଯାଇଥିଲା । ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ସ୍ଥଳରେ ଉପସ୍ଥିତ ଥିବା ତାଙ୍କ ଭାଇ ମଧ୍ୟ ଆହତ ହୋଇଛନ୍ତି ।