-+91-9937148622 |
prerana_bgr@rediffmail.com |
Monday 22nd June 2026 |
R.N.I. Regd No. ODIODI/2010/46693
Breaking News
27-Sep-2020
ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓକୁ ଜବରଦସ୍ତ ଝଟ୍କା ଲାଗିଛି। ଜୁନ୍ ମାସରେ ଜିଓକୁ କଡ଼ା ଟକ୍କର ଦେଇଛି ଏୟାର୍ଟେଲ୍। ଜୁନ ମାସରେ ଜିଓର ସକ୍ରିୟ ଗ୍ରାହକଙ୍କ ସଂଖ୍ୟା କମିଥିବା ବେଳେ ଏୟାର୍ଟେଲ୍ର କିନ୍ତୁ ସକ୍ରିୟ ଗ୍ରାହକ(ଆକ୍ଟିଭ୍ ୟୁଜର୍ସ)ଙ୍କ ସଂଖ୍ୟା ବଢ଼ିଛି। ଜୁନ ମାସରେ ଏୟାର୍ଟେଲ୍ର ସକ୍ରିୟ ଗ୍ରାହକଙ୍କ ସଂଖ୍ୟା ୩୭ ଲକ୍ଷ ବଢ଼ିଥିବା ବେଳେ ଜିଓର ସକ୍ରିୟ ଗ୍ରାହକଙ୍କ ସଂଖ୍ୟା ୨୧ ଲକ୍ଷ କମିଛି। ସେହିଭଳି ଭୋଡ଼ାଫୋନ୍-ଆଇଡିଆର ସକ୍ରିୟ ଗ୍ରାହକଙ୍କ ସଂଖ୍ୟାରେ ବି ହ୍ରାସ ହୋଇଛି। ଜୁନ୍ ମାସରେ ଏହି ମିଳିତ କମ୍ପାନୀର ୩୭ ସକ୍ରିୟ ଗ୍ରାହକ କମିଛନ୍ତି। ଏଭଳି ରିପୋର୍ଟ ପ୍ରକାଶ କରିଛି ଟେଲିକମ୍ପ ରେଗୁଲେଟୋରୀ ଅଥୋରିଟି ଟ୍ରାଇ। କେବଳ ସେତିକି ନୁହେଁ ଜୁନ ମାସରେ ଆକ୍ଟିଭ୍ ମୋବାଇଲ୍ ବ୍ୟବହାରକାରୀଙ୍କ ସଂଖ୍ୟାରେ ବି ହ୍ରାସପାଇଥିବା ଟ୍ରାଇ ରିପୋର୍ଟ ପ୍ରକାଶ କରିଛି। ଜୁନ୍ ମାସରେ ଏହି ସଂଖ୍ୟା କମିଯାଇ ୯୫.୮ କରୋନା ହୋଇଛି!