-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
27-Sep-2020
ଦେଶର ରାଜଧାନୀ ଦିଲ୍ଲୀରେ ସଂକ୍ରମଣ ମାମଲା ବଢ଼ିବା ସହ ହସ୍ପିଟାଲ୍ ମାନଙ୍କରେ ବେଡ୍ ମଧ୍ୟ ପୂରଣ ହୋଇଆସିଲାଣି। ଦିଲ୍ଲୀରେ ଗୁରୁତର ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ୁଛି। କାରଣ ଦିଲ୍ଲୀରେ ଭେଣ୍ଟିଲେଟର ବେଡ୍ ପୂର୍ବାପେକ୍ଷା ଖାଲି ନାହିଁ ବୋଲି ଜଣାପଡ଼ିଛି। ଦିଲ୍ଲୀ ସରକାରଙ୍କ ଦିଲ୍ଲୀ କରୋନା ଆପ୍ ଅନୁଯାୟୀ ସେପ୍ଟେମ୍ବର ୨୪ ସୁଦ୍ଧା ଦିଲ୍ଲୀରେ ମାତ୍ର ୩୭ ପ୍ରତିଶତ ଭେଣ୍ଟିଲେଟର ବେଡ୍ ଖାଲି ରହିଛି। ଭେଣ୍ଟିଲେଟର ବେଡ୍ ସୁବିଧା ପ୍ରଦାନ କରୁଥିବା ୯୮ ଟି ହସ୍ପିଟାଲ୍ରୁ ୪୯ଟି ହସ୍ପିଟାଲ୍ରେ ଏବେ ଆଉ ଭେଣ୍ଟିଲେଟର ନାହିଁ। । ଦିଲ୍ଲୀରେ ୩୩ଟି ଘରୋଇ ହସ୍ପିଟାଲ୍ କରୋନା ରୋଗୀଙ୍କ ପାଇଁ ୮୦ ପ୍ରତିଶତ ଆଇସିୟୁ ବେଡ୍ ସଂରକ୍ଷିତ ରଖିବାପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଗତମାସରେ ଏକ ନିର୍ଦ୍ଦେଶ ଜାରି କରିଥିଲେ। କିନ୍ତୁ ଏହି ନିର୍ଦ୍ଦେଶକୁ ଦିଲ୍ଲୀ ହାଇକୋର୍ଟ୍ରେ ଚ୍ୟାଲେଂଜ କରାଯାଇଥିଲା