-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
22-Mar-2021
ବଲାଙ୍ଗୀର,(ପ୍ରେରଣା ଖବର) : ଏକ ଡକାୟତି ଘଟଣାରେ ଲୋଇସିଂହା ପୁଲିସ ଆଜି ବଲାଙ୍ଗିରରୁ ତିନି ଜଣଙ୍କୁ ଗିରଫ କରିବା ସହ ମାମଲା ରୁଜୁକରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତଙ୍କ ନିକଟରୁ ପ୍ରାୟ ତିନି ଲକ୍ଷ ଟଙ୍କାର ତମ୍ବା ତାର, ମହିନ୍ଦ୍ରା ଗାଡି, ନଗଦ ତିନି ହଜାର ଟଙ୍କା ଓ ଘଟଣାରେ ବ୍ୟବହୃତ ମାରଣାସ୍ତ୍ର ଜବତ କରିଛି । ଗିରଫ ତିନି ଜଣ ବଲାଙ୍ଗିର ମାଲଗୁଦାମ ପଡାର ଶଙ୍କର କୁମ୍ଭାର(୨୪), ପ୍ୟାଲେସ ଲାଇନର ଧର୍ମେନ୍ଦ୍ର ସିଂ(୨୫) ଓ ଶୁଦ ପଡାର ରବି ନାରାୟଣ ସାହୁ(୩୫) ବୋଲି ପୋଲିସ ପକ୍ଷରୁ ସୂଚନା ରହିଛି । ଉକ୍ତ ଅଭିଯୁକ୍ତ ମାନଙ୍କ ନାଁ ରେ ପୂର୍ବରୁ ବରଗଡ଼ ଓ ସମ୍ବଲପୁର ଅଞ୍ଚଳରେ କେତୋଟି ମାମଲା ରହିଥିବା ସୂଚନା ମିଳିଛି ।