-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
23-Mar-2021
ଭୁବନେଶ୍ୱର(ପ୍ରେରଣା ଖବର ବ୍ୟୁରୋ): ମାଡ଼ି ଆସୁଛି ଗ୍ରୀଷ୍ମ ପ୍ରବାହ । ଆକାଶରୁ ବର୍ଷିବ ନିଆଁ । ଜଳିବ ସାରା ଓଡ଼ିଶା । ଉତ୍ତରରୁ ପଶ୍ଚିମ, ଆଭ୍ୟନ୍ତରୀଣରୁ ଉପକୂଳ ଯାଏଁ ସବୁଠି ବହିବ ତତଲା ପବନ । ଛଟପଟ କରିବ ଜନଜୀବନକୁ । ଗରମ ଏମିତି ବଢ଼ିବ ଯେ, ଆସନ୍ତା ୨୪ ତାରିଖକୁ ଭୁବନେଶ୍ୱର ତାପମାତ୍ରା ୪୧ ଓ ୨୬ ତାରିଖକୁ ୪୨ ଡିଗ୍ରୀ ସେଲସିୟସ୍ରେ ପହଞ୍ଚିପାରେ । ଏଥିରୁ ଅନୁମାନ କରାଯାଇପାରେ, ରାଜ୍ୟକୁ କିଭଳି ଗ୍ରୀଷ୍ମ ପ୍ରବାହ ମାଡ଼ି ଆସୁଛି ।