-+91-9937148622 |

prerana_bgr@rediffmail.com |

  Saturday 15th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଜିଲ୍ଳାସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ   (14-Aug-2026)       ||      ଭାରିଯାନ ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତର, ଅନ୍ୟ ଜଣେ ଆହତ   (14-Aug-2026)       ||      ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ   (14-Aug-2026)       ||      ସତଲମା ବାଳିକା ଉଚ୍ଚ ବିଦ୍ୟାଳୟରେ ସାଇବର ସଚେତନତା କାର୍ଯ୍ୟକ୍ରମ   (14-Aug-2026)       ||      ଅଖିଳ ଭାରତୀୟ ସାହିତ୍ଯ ପରିଷଦ ତରଫରୁ ସାରସ୍ୱତ ଆସର    (14-Aug-2026)       ||      ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ   (14-Aug-2026)       ||      ଟ୍ରଷ୍ଟଫଣ୍ଡ ମହାବିଦ୍ୟାଳୟରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ    (14-Aug-2026)       ||      ମାୟାବର୍ହା ହାଇସ୍କୁଲରେ ହର ଘର ତ୍ରିରଙ୍ଗା ଉତ୍ସବ ପାଳିତ   (14-Aug-2026)       ||      ବ୍ରହ୍ମା କୁମାରୀରେ ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ଓ ନିଶାନିବାରଣ କର୍ମଶାଳା    (14-Aug-2026)       ||      ବରଗଡ଼ ସିମେଣ୍ଟ କାରଖାନାର ପୁନରୁଦ୍ଧାର ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ   (14-Aug-2026)       ||      ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (13-Aug-2026)       ||      ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   (13-Aug-2026)       ||      ଯୁବ ସନ୍ତରଣ ପ୍ରତିଭା ସୌରଭ ପୁଟେଲଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା    (13-Aug-2026)       ||      ଲୋଇସିଂହା ରେ କ୍ରାନ୍ତି ଦିବସ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ଉତ୍ସାହର ସହ ପାଳନ   (13-Aug-2026)       ||      ‘ଘରେ ଘରେ ତ୍ରିରଙ୍ଗା’ : ୭୫୦ ଫୁଟ୍ ତ୍ରିରଙ୍ଗାରେ ଡେଙ୍ଗ ଗ୍ରାମ ମୁଖରିତ   (13-Aug-2026)       ||      *ଆସନ୍ତା ୧୬ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍*- *ଅଂଶ ଗ୍ରହଣ କରିବେ ୬୫ ଗୋଟି ଦଳ*   (13-Aug-2026)       ||      ବିଜେପି ଯୁବମୋର୍ଚ୍ଚା ଆଗଲପୁର ମଣ୍ଡଳ ପକ୍ଷରୁ ବୃକ୍ଷରୋପଣ ଓ ପାହାଡ ଶିଖର ରେ ତ୍ରିରଙ୍ଗା ଉଡାଣ   (13-Aug-2026)       ||      *ଅଞ୍ଚଳର ଚାଷୀକୁଳ ଆଶ୍ବସ୍ତ* - *ଡୁଙ୍ଗୁରିପାଲି ଅତିରିକ୍ତ ତହସିଲ କାର୍ଯ୍ୟାଳୟ ଉଦଘାଟିତ*-   (13-Aug-2026)       ||      ଅଷ୍ଟ ପ୍ରହରୀ ନାମ ଯଜ୍ଞ ନିମନ୍ତେ ଶୁଭ ସ୍ତମ୍ଭସ୍ଥାପନ    (13-Aug-2026)       ||      ବରପାଲିରେ ବିଜେପୁର ନିର୍ବାଚନମଣ୍ଡଳୀସ୍ତରୀୟ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା   (13-Aug-2026)       ||     

HOME   ଜିଲ୍ଲା

ନୂତନ ଶିକ୍ଷାନୀତି ୨୦୨୦ କୁ  ନେଇ କ୍ରାଏ କଲିକତା ଓ ପଲ୍ଲିଆଲୋକ ପାଠାଗାର ତରଫରୁ କର୍ମଶାଳା -ଭାରତକୁ ଜ୍ଞାନର ମହାଶକ୍ତିରେ ପରିଣତ କରିବ 

18-Mar-2021



ବଲାଙ୍ଗିର, (ସନ୍ତୋଷ କୁମାର ଠାକୁର)- ଜ୍ଞାନର ମହା ଶକ୍ତି ହେବ ଦେଶ ଭାରତ । ୧୯୬୬ ମସିହାରେ ଭାରତର ଶିକ୍ଷା ନୀତିରେ ପରିବର୍ତ୍ତନ ଆରମ୍ଭ ହୋଇଥିଲା । ୧୯୮୬ ରେ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ନେଇ ପୁଣି ଶିକ୍ଷାର  ଢ଼ାଞ୍ଚା ପରିବର୍ତ୍ତନ ହୋଇଥିଲା । ଏବେ ବୈଶ୍ୱି କରଣ ଉଦ୍ଦେଶ୍ୟରେ ଭାରତ ବର୍ଷର ଶିକ୍ଷା ନିତିରେ ପରିବର୍ତ୍ତନ ପାଇଁ କେନ୍ଦ୍ର ସରକାର ବିଭିନ୍ନ ବର୍ଗ ସହିତ ଆଲୋଚନା କରି ୩ ବର୍ଷରୁ ୧୮ ବର୍ଷ ପର୍ଯ୍ୟନ୍ତ ମୁକ୍ତ ଶିକ୍ଷା ଅଧିକାର ପାଇଁ ଶିକ୍ଷା ନୀତିରେ ପରିବର୍ତ୍ତନ ଆଣିଛନ୍ତି । ୨୦୨୦ରେ ଏହି ନୂତନ ଶିକ୍ଷା ନୀତି ଗ୍ରହଣ ହୋଇଛି । ମାତ୍ର ରାଜ୍ୟ ସ୍ତରରେ ଏହି ଶିକ୍ଷା ନୀତିକୁ ଲାଗୁ କରିବା ପାଇଁ ସ୍ଥାନୀୟତା ଭିତ୍ତିରେ ଅନେକ ମୁକ୍ତ ରାସ୍ତା ରହିଛି । ତେଣୁ ବିଶ୍ୱ ମହାମାରୀ କରୋନା ପରେ ଜୀବନ ଯେତେବେଳେ ସରଳ ହେବାକୁ ଆରମ୍ଭ କରିଛି ସେତେବେଳେ ଏହି ଶିକ୍ଷାନୀତି ସମ୍ପର୍କରେ ମୁକ୍ତ ଆଲୋଚନା ଓ ସ୍ଥାନୀୟ ସମସ୍ୟାକୁ ନେଇ ଶିକ୍ଷାନୀତିରେ ପରିବର୍ତ୍ତନ ପାଇଁ ସ୍ୱର ଉଠିଛି । ଶିକ୍ଷାନୀତି ୨୦୨୦ ସମ୍ପର୍କରେ ବିଭିନ୍ନ ବର୍ଗଙ୍କୁ ଅବଗତ କରି ଆଲୋଚନା ଆରମ୍ଭ କରିଛି ପଲ୍ଲି ଆଲୋକ ପାଠାଗାର, ନଅଗାଁ ବଲାଙ୍ଗିର । କ୍ରାଏ କଲିକତାର ସହଯୋଗରେ ଏକ ଦୁଇ ଦିନିଆ କର୍ମଶାଳା ଆଜି ଆରମ୍ଭ ହୋଇଛି ସାମ୍ବାଦିକ ଭବନଠାରେ । ଉଦ୍‌ଘାଟନି ଅଧିବେଶନରେ ସାମ୍ବାଦିକ ସନ୍ଦିପ କୁମାର କୁଅଁରଙ୍କ ପରିଚାଳନା କ୍ରମେ ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ନିଳମଣୀ ମିଶ୍ର, ଏଫଏଚ୍‌ଡି ଇଣ୍ଡିଆର ବିଲହନ୍ ସାଗର, କ୍ରାଏର ସାଧନ କର୍ମୀ ନିରାକାର ବେହେରା ଓ ଅଜୟ ମଞ୍ଚାସିନ ହୋଇଥିଲେ । ପଲ୍ଲି ଆଲୋକ ପାଠାଗାରର ସମ୍ପାଦକ ପ୍ରସାନ୍ତ ନାଏକ ଶିକ୍ଷାର ମାନଦଣ୍ଡକୁ ସୁନିଶ୍ଚିତ କରିବାକୁ ଶିକ୍ଷାନୀତି ସମ୍ପର୍କରେ ସମସ୍ତଙ୍କର ସହଭାଗିତା ଉପରେ ଗୁରୁତ୍ୱାରୋପ କରି କର୍ମଶାଳାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଭାରତୀୟ ସମ୍ବିଧାନରେ ମୈଳିକ ଶିକ୍ଷା ଅଧିକାର ୬ ରୁ ୧୪ ବର୍ଷ ପାଇଁ ଥିବାରୁ ଏହାକୁ ୩ ରୁ ୧୮ ବର୍ଷ କରାଯିବା, ପୁସ୍ତକର ଭାଷାକୁ ବୁଝିବାକୁ ସ୍ଥାନୀୟ ଭାଷାର ବ୍ୟବହାର, ଆଂଚଳିକ ଭାଷାରେ ଶିକ୍ଷାଦାନକୁ ଗୁରୁତ୍ୱ ଓ ଶିକ୍ଷାରେ ଅଧିକ ପାଣ୍ଠିର ବ୍ୟବସ୍ଥା

ଦ୍ୱାରା ହିଁ ନୂତନ ଶିକ୍ଷାନୀତି ୨୦୨୦ ସଫଳ ଭାବେ ଲାଗୁ ହୋଇପାରିବ ବୋଲି ମତ ପ୍ରକାଶ ପାଇଥିଲା । ଉପସ୍ଥିତ ସଅଧିକାରରେ ହଭାଗୀ ମାନଙ୍କୁ ନେଇ ମୁକ୍ତ ଆଲୋଚନା ଓ ଦଳଗତ ଆଲୋଚନା କରାଯାଇଥିଲା ।   ଏହି କର୍ମଶାଳାରେ ସ୍କୁଲ ପରିଚାଳନା କମିଟି ସଦସ୍ୟ, ସଦସ୍ୟା, କିଶୋରୀ ବାଳିକା, ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନ କର୍ମକର୍ତ୍ତା, ଶିକ୍ଷକ ଓ ବୁଦ୍ଧିଜୀବି ସହଭାଗୀଭାବରେ ଅଂଶ ଗ୍ରହଣ କରିଥିଲେ । ମୁକ୍ତ ଆଲୋଚନା ଓ ଦଳଗତ ଆଲୋଚନାକୁ ପରିଚାଳନା କରିଥିଲେ ହିରାଲାଲ ମିଶ୍ର, ଅଜୟ କୁମାର ବାଦୀ, ନିରାକାର ବେହେରା । ଶେଷରେ ଶ୍ରୀ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । 


News Comment




Photo in News

Advertisment
Lastest News
  ଜିଲ୍ଲା  
ଜିଲ୍ଳାସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ   14-Aug-2026
  ଜିଲ୍ଲା  
ଭାରିଯାନ ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତର, ଅନ୍ୟ ଜଣେ ଆହତ   14-Aug-2026
  ଜିଲ୍ଲା  
ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ   14-Aug-2026
  ଜିଲ୍ଲା  
ସତଲମା ବାଳିକା ଉଚ୍ଚ ବିଦ୍ୟାଳୟରେ ସାଇବର ସଚେତନତା କାର୍ଯ୍ୟକ୍ରମ   14-Aug-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ଯ ପରିଷଦ ତରଫରୁ ସାରସ୍ୱତ ଆସର   14-Aug-2026
  ଜିଲ୍ଲା  
ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ   14-Aug-2026
  ଜିଲ୍ଲା  
ଟ୍ରଷ୍ଟଫଣ୍ଡ ମହାବିଦ୍ୟାଳୟରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ   14-Aug-2026
  ଜିଲ୍ଲା  
ମାୟାବର୍ହା ହାଇସ୍କୁଲରେ ହର ଘର ତ୍ରିରଙ୍ଗା ଉତ୍ସବ ପାଳିତ   14-Aug-2026
  ଜିଲ୍ଲା  
ବ୍ରହ୍ମା କୁମାରୀରେ ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ଓ ନିଶାନିବାରଣ କର୍ମଶାଳା   14-Aug-2026
  ଜିଲ୍ଲା  
ବରଗଡ଼ ସିମେଣ୍ଟ କାରଖାନାର ପୁନରୁଦ୍ଧାର ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ   14-Aug-2026
  ଜିଲ୍ଲା  
ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   13-Aug-2026
  ଜିଲ୍ଲା  
ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   13-Aug-2026

You Might Also Like