-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
18-Mar-2021
ବୌଦ୍ଧ,(ପ୍ରେରଣା ଖବର ବ୍ୟୁରୋ) : ବୌଦ୍ଧବ୍ଲକ୍ ଶଗଡା ଗ୍ରାମ ପଂଚାୟତ ରୁଗୁଡି କନପା ଗ୍ରାମ ନିକଟରେ ଥିବା ଗ୍ରାମ୍ୟ ଜଙ୍ଗଲରେ ଅଗ୍ନିକାଣ୍ଡ ଘଟିଥିଲା । କୌଣସି ପ୍ରକାରେ ଜଙ୍ଗଲରେ ନିଆଁ ଲାଗି ଯାଇଥିଲା ଓ ଗ୍ରାମରେ ଗଠିତ ବନ ସୁରକ୍ଷା ସମିତି ଏବଂ ଗ୍ରାମର ପୁରୁଷ ମହିଳାମାନେ ମିଶି ଜଙ୍ଗଲରେ ଲାଗିଥିବା ନିଆଁକୁ ଆୟତ୍ତ କରିଥିଲେ । ଗ୍ରାମ୍ୟ ବନ ସୁରକ୍ଷା ସମିତିର ସଭାପତି ସନ୍ତୋଷ ମାଝୀ, ସଦସ୍ୟ ସାନୁର୍ଜ ଛନ୍ଦ, ଅଙ୍ଗଦ ଛନ୍ଦ, ଶେଷଦେବ ସେଠୀ, ତୁଳସୀ ପ୍ରଧାନ, ସପ୍ତେ ଛନ୍ଦ, କୃଷ୍ଣ କ୍ଷେତି, ସୁଶିଲ ଛନ୍ଦ, କୈଳାଶ ଛନ୍ଦ, ଫିରି ମଲ୍ଲିକ, ଅକ୍ଷୟ ଛନ୍ଦ, ବିଭୀଷଣ ପ୍ରଧାନ, କରୁଣାକର ପ୍ରଧାନ, ଉସତ ମାଝୀ ପ୍ରମୁଖ ଗ୍ରାମବାସୀ ବନାଗ୍ନିକୁ ନିୟନ୍ତ୍ରଣ କରିଥିବା ଜଣାପଡିଛି । ତାଙ୍କରି ଏହି କାର୍ଯ୍ୟକୁ ପ୍ରଶଂସା କରାଯାଇଛି ।