-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
14-Mar-2021
କେନ୍ଦୁଝର(ପ୍ରେରଣା ଖବର ବ୍ୟୁରୋ): ଲିଫ୍ଟ ଦେବା ବାହାନାରେ ମହିଳାଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। କେନ୍ଦୁଝର ଜିଲ୍ଲାରୁ ଏହି ଅଭିଯୋଗ ଆସିଛି।
ସୂଚନା ଅନୁସାରେ, ଶୁକ୍ରବାର ରାତିରେ ସମ୍ପୃକ୍ତ ମହିଳା କାମ ସାରି ଘରକୁ ଫେରୁଥିଲେ। ଏହି ସମୟରେ ବଡବିଲ ଥାନା ଅନ୍ତର୍ଗତ ରୋଇଡ଼ା ଛକ ନିକଟରେ ଡମ୍ପରରେ ଲିଫ୍ଟ ଦେଇ ଘରେ ଛାଡ଼ି ଦେବେ ବୋଲି ଡମ୍ପରର ଦୁଇ ଜଣ ଡ୍ରାଇଭର କହିଥିଲେ। କିନ୍ତୁ ଲିଫ୍ଟ ଦେବା ପରେ ଦୁର୍ବୃତ୍ତମାନେ ଡମ୍ପର ଭିତରେ ରାତି ସାରା ମହିଳାଙ୍କ ସହ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏନେଇ ବଡବିଲ ଥାନାରେ ଅଭିଯୋଗ ପରେ ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ସହ ଡମ୍ପରଟିକୁ ଜବତ କରିଛି।