-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
13-Mar-2021
କଟକ (ପ୍ରେରଣା ଖବର ବ୍ୟୁରୋ) କଟକ ଶିଶୁ ଭବନ ଆଇସିୟୁ ଓ୍ବାର୍ଡରେ ଅଗ୍ନିକାଣ୍ଡ । ଶନିବାର ଅପରାହ୍ନରେ ଶିଶୁ ଭବନ ଆଇସିୟୁରେ ହଠାତ୍ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବାର କିଛି ସମୟ ପରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ କରିବାରେ ସଫଳ ହୋଇଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡ ପରେ ହସ୍ପିଟାଲରେ ବିଦ୍ୟୁତ ସେବା ବନ୍ଦ ରହିଛି । ତେବେ କେଉଁ କାରଣ ପାଇଁ ଶିଶୁ ଭବନ ହସ୍ପିଟାଲ ଆଇସିୟୁ ଭଳି ସମ୍ବେଦନଶୀଳ ସ୍ଥାନରେ ନିଆଁ ଲାଗିଲା ତାହାର ସଠିକ କାରଣ ଜଣାପଡିନଥିବା ବେଳେ ସର୍ଟ୍ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି । ବର୍ତ୍ତମାନ ନିଆଁକୁ ସମ୍ପୂର୍ଣ୍ଣ ଭାବେ ଆୟତ କରିଛନ୍ତି ଅଗ୍ନିଶମ ବାହିନୀ । ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି ।