-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
13-Mar-2021
ଭୁବନେଶ୍ୱର,(ଶୁଭାଶିିଷ ନାୟକ) :ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଫେଲ୍ କରାଇଦେବାର ଭୟ ଦେଖାଇ ବର୍ଷେ ହେଲା ବଳାତ୍କାର କରୁଥିଲା ଟ୍ୟୁସନ୍ ମାଷ୍ଟର । ଘଟଣାଟି ଉତ୍ତରପ୍ରଦେଶ ଉନ୍ନାଓ ଜନପଦରେ ଘଟିଛି । ଏ ବିଷୟରେ ଆଉ କାହାକୁ ଜଣାଇଲେ ସେ ଛାତ୍ରୀଙ୍କୁ ଫେଲ୍ କରିଦେବେ ବୋଲି ଧମକ ଦେଇଥିଲେ । ଏହି ଡରରେ ପୀଡ଼ିତା କାହାକୁ ଜଣାଇ ନ ଥିଲେ। ମାମଲାରେ ଅଭିଯୁକ୍ତ ଶିକ୍ଷକକୁ ଗିରଫ କରିଛି ପୋଲିସ। ପୀଡ଼ିତା ନାବାଳିକାଙ୍କୁ ଡାକ୍ତରୀ ମଇନା ପାଇଁ ପଠାଯାଇଛି ।
ସୂଚନା ଅନୁସାରେ, ରମପୁରବା ଅଞ୍ଚଳର ୧୫ ବର୍ଷୀୟା ନାବାଳିକା ଦଶମ ଶ୍ରେଣୀରେ ପଢ଼ନ୍ତି । ଘରକୁ ପଢ଼ାଇବାକୁ ଆସୁଥିବା ଟ୍ୟୁସନ୍ ସାର ପ୍ରଦୀପ କୁମାର ଛାତ୍ରୀଙ୍କୁ ଡରାଇ ଧମକାଇ ବଳାତ୍କାର କରୁଥିଲା । ଯଦି ଏହା ବିଷୟରେ କାହାକୁ କହିବେ, ତେବେ ପରିଣାମ ଭୋଗିବାକୁ ହେବ ବୋଲି ଧମକ ଦେଉଥିଲା ପ୍ରଦୀପ । ଏପରି ପ୍ରାୟ ବର୍ଷେ ଚାଲିବା ପରେ ମାର୍ଚ୍ଚ ୫ ତାରିଖରେ ଛାତ୍ରୀଙ୍କ ସହ ଖରାପ ବ୍ୟବହାର କରୁଥିବା ବେଳେ ପରିବାର ଲୋକେ ଦେଖିବାକୁ ପାଇଥିଲେ ।
ଏହାକୁ ନେଇ ଛାତ୍ରୀଙ୍କୁ ତାଙ୍କ ବାପା ପଚାରିଥିଲେ । ପରେ ଘଟଣା ସମ୍ପର୍କରେ ସବିଶେଷ କହିଥିଲେ ପୀଡ଼ିତା । ଝିଅ ପ୍ରତି ହୋଇଥିବା ଅନ୍ୟାୟ ବିରୋଧରେ ଥାନାରେ ପହଞ୍ଚିଥିଲେ ପୀଡ଼ିତାଙ୍କ ବାପା। ପୋଲିସ ଅଭିଯୁକ୍ତ ବିରୋଧରେ ବଳାତ୍କାର ମାମଲା ରୁଜୁ କରି ଛାତ୍ରୀଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ପଠାଇଛି ।