-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
10-Mar-2021
କଟକ(ଦୀପକ କୁମାର ଷଡଙ୍ଗୀ): ବନ୍ଧକ ରଖିଥିବା ସୂନା ହୋଇଗଲା ହଡ଼ବ। ନକଲି କାଗଜ ଦେଇ ଲୁଟି ନେଲେ ଲୁଟେରା। ଏଭଳି ଏକ ଘଟଣା କଟକ ଚଣ୍ଡୀ ଛକ ମୁତୁଟ ଫାଇନାନ୍ସରେ ଦେଖିବାକୁ ମିଳିଛି। ଏନେଇ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଅଟକ ରଖିଛି । ତେବେ ସୂଚନା ଅନୁଯାୟୀ, ୨୦୧୮ ମସିହାରେ ଜଣେ ମହିଳା ମୁତୁଟ ଫାଇନାନ୍ସରେ ସୁନା ବନ୍ଧକ ରଖି ୬୬ ହଜାର ଟଙ୍କା ରୂଣ ନେଇଥିଲେ। ଠିକ ଦୁଇ ବର୍ଷ ପରେ ଉକ୍ତ ମହିଳା ସେହି ସଂସ୍ଥାକୁ ଯାଇ ତାଙ୍କ ସୁନା ଫେରସ୍ତ ପାଇଁ କହିଥିଲେ। କିନ୍ତୁ ତାଙ୍କ ସୁନା ନିଲାମ ହୋଇ ଯାଇଥିବା କହିଥିଲେ ଫାଇନାନ୍ସ ଅଧିକାରୀ। ପରେ ନିଜେ ସତ୍ୟପାଠ ଦେଇ ସୁନା ନେଇଥିବା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଥିଲା। ହେଲେ ମହିଳା ସେତେବେଳେ ଜାଣିବାକୁ ପାଇଥିଲେ ତାଙ୍କ ସୁନା ସେଠାରୁ କେହି ଜାଲ କାଗଜ ଦେଇ ଲୁଟି ନେଇଛି। ଏନେ ମହିଳା ଜଣକ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ତାଙ୍କ ଅଭିଯୋଗକୁ ଆଧାରକରି ପୋଲିସ ୪ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛି।