-+91-9937148622 |
prerana_bgr@rediffmail.com |
Tuesday 16th June 2026 |
R.N.I. Regd No. ODIODI/2010/46693
Breaking News
10-Mar-2021
ଲୋଇସିଂହା (ବିନୋଦ କୁମାର ଦୀପ) ଲୋଇସିଂହା ଆଞ୍ଚଳିକ ବିକାଶ ପରିଷଦ ତରଫରୁ ଆଜି ୧୨ ଘଣ୍ଟିଆ ଲୋଇସିଂହା ବନ୍ଦ ଡାକରା ଦିଆଯାଇଛି । ଲୋଇସିଂହାକୁ ଏନଏସି ମାନ୍ୟତା ଦାବିରେ ବ୍ଲକ କାର୍ଯ୍ୟାଳୟ ସମ୍ବୁଖରେ ଚାଲିଥିବା ଗଣଧାରଣା ଆଜିକୁ ୧୫ ଦିନରେ ପହଞ୍ଚିଛି ।
ଆନ୍ଦୋଳନରେ ଦଳମତ ନିର୍ବିଶେଷରେ ସ୍ଥାନୀୟ ପ୍ରାୟ ୨୦ ଟି ସଂଗଠନ ସାମିଲ ଅଛନ୍ତି । ଆଜି ଲୋଇସିଂହାର ସମସ୍ତ ଦୋକାନ ବଜାର, ସରକାରୀ କାର୍ଯ୍ୟାଳୟ, ସ୍କୁଲ, କଲେଜ ,ବ୍ୟାଙ୍କ ବନ୍ଦ ରଖାଯିବା ସହିତ ସମ୍ବଲପୁର - ବଲାଙ୍ଗିର ୨୬ ନମ୍ବର ଜାତୀୟ ରାଜପଥକୁ ୧୨ ଘଣ୍ଟା ପର୍ଯ୍ୟନ୍ତ ଅବରୋଧ କରି ଚକାଜାମ କରା ଯିବାର ସୂଚନା ମିଳିଛି ।