-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
08-Mar-2021
ଲୋଇସିଂହା, (ବିନୋଦ କୁମାର ଦୀପ) : ଲୋଇସିଂହା ଠାରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି। ଲୋଇସିଂହା ବ୍ଲକ ବିଜୁ ଜନତା ଦଳର ସଭାନେତ୍ରୀ ଶ୍ରୀମତୀ ଜ୍ୟୋତ୍ସ୍ନା ମୟୀ ନାଗ ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ଯକ୍ରମରେ ମୁଖ୍ଯ ଅତିଥି ଭାବେ ବିଜୁ ଜନତା ଦଳର ରାଜ୍ୟ ପରିଷଦ ସଦସ୍ୟ ନିହାର ରଂଜନ ବେହେରା ଯୋଗଦେଇ ସୃଷ୍ଟିର ମୂଳସ୍ତମ୍ବ ହେଉଛି ନାରୀ ଓ ନାରୀ ହେଉଛି ନାରାୟଣୀ ବୋଲି ନିଜ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ନିଜ ପଞ୍ଚାୟତରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ କିସ ଭୁବନେଶ୍ବର ତରଫରୁ ପୁରସ୍କୃତ ହୋଇଥିବା ଆଗଲପୁର ବ୍ଲକ ବାବୁଫାସଡ ଗ୍ରାମ ପଞ୍ଚାୟତର ସରପଞ୍ଚ ଦେବକୀ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବଲାଙ୍ଗିର ଜିଲ୍ଲା ର କଣ୍ଟାବାଞ୍ଜି,ଟିଟଲାଗଡ଼ ଓ ଦେଓଗାଁ ଠାରେ ମଧ୍ୟ ମହିଳା ବିଜୁ ଜନତା ଦଳ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ମହାସମାରୋହରେ ପାଳନ କରାଯାଇଥିଲା l