-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
08-Mar-2021
ଲୋଇସିଂହା, (ବିନୋଦ କୁମାର ଦୀପ ): ଲୋଇସିଂହା ବ୍ଲକରେ ଦିବ୍ୟାଙ୍ଗ, ବିଧବା ଓ ବୃଦ୍ଧl ଙ୍କୁ ନେଇ ବିଜେପି ପକ୍ଷରୁ ଏକ ବଣ୍ଟନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମର ମୁଖ୍ୟ ଲୋଇସିଂହା ବିଧାୟକ ଡ଼. ମୁକେଶ ମହାଲିଙ୍ଗ ଦିବ୍ୟାଙ୍ଗଙ୍କୁ ହୁଇଲ ଚେୟାର ଓ ଶ୍ରବଣ ଯନ୍ତ୍ର ତଥା ବିଧବା ଓ ବାର୍ଦ୍ଧକ୍ୟଙ୍କୁ ଭତ୍ତା ବଣ୍ଟନ କରିଥିଲେ l ସମ୍ମାନିତ ଅତିଥି ବଲାଙ୍ଗୀର ଡ଼ିଏସଓ ପଂଚାୟତରେ ଗୋଟେ ଗୋଟେ ଦିବ୍ୟାଙ୍ଗ କମିଟି ଗଠନ ଲାଗି ପରାମର୍ଶ ଦେଲେ, ଲୋଇସିଂହା ବିଡ଼ିଓ ରାମଚନ୍ଦ୍ର ଖାଡିଆ ଥିଲେ l ଅନ୍ୟାନ୍ୟ ବିଜେପି କର୍ମକର୍ତା ମଧ୍ୟରେ ଏମପି ନୋମିନି ବାଳକୃଷ୍ଣ ଧରୁଆ, ମଣ୍ଡଳ ସଭାପତି ସରୋଜ ସାହୁ, ସାଧାରଣ ସମ୍ପାଦକ ଵାହାଦୁର ନନ୍ଦ, ଭୂତନାଥ ନାଏକ, ଗୌରାଙ୍ଗ ନାଏକ,ବୁଲୁ ବାଦୀ, ଗୌତମ କୁଅଁର, ସୁଦିପ ସା, ସୋମନାଥ ପଧାନ, ରଶ୍ମିରଂଜନ ପଧାନ, ଉତ୍ତମ କବାଟ, ଟିକୁ ସାହୁ ପ୍ରମୁଖ ଉପସ୍ଥିତ ରହି ଏହି ଶିବିରକୁ ସଫଳ କରିଥିଲେ l