-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
08-Mar-2021
ସମ୍ବଲପୁର,(ସଞ୍ଜିବ ପାଣିଗ୍ରାହୀ ଙ୍କ ରିପୋର୍ଟ):ସମ୍ବଲପୁର ଜିଲ୍ଲା ଧମା ଥାନା ଅନ୍ତର୍ଗତ ସାହାସପୁର ଅଞ୍ଚଳର ଗରିବ ନିରୀହ ଆଦିବାସୀ ନାବାଳିକା ଝିଅ ପ୍ରତି ହୋଇଥିବା ଗଣଦୁଷ୍କର୍ମ ଓ ପରେ ହତ୍ୟା ଉଦ୍ୟମ ରେ ଜଡିତ ଅପରାଧୀ ଙ୍କୁ ଶୀଘ୍ର ଗିରଫ କରିବା ଓ ପୀଡିତା କୁ ନ୍ୟାୟ ପ୍ରଦାନ ଦାବିରେ ଆଜି ସମ୍ବଲପୁର ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ସମ୍ବଲପୁର ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟ ଘେରାଓ କରାଯାଇଥିଲା । ପୂର୍ବତନ ଜିଲ୍ଲା ସଭାନେତ୍ରୀ ଅନ୍ନପୂର୍ଣ୍ଣା ବାରିକ ଙ୍କ ନେତୃତ୍ବରେ ଶତାଧିକ ମହିଳା ମୋର୍ଚ୍ଚା କର୍ମୀ ଓ ପଦାଧିକାରୀ କଚେରୀ ରୋଡ଼ ସ୍ଥିତ ଦଳୀୟ କାର୍ଯ୍ୟାଳୟ ରୁ ଏକ ଶୋଭାଯାତ୍ରା ରେ ବାହାରି ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟ କୁ ପହଞ୍ଚି ଥିଲେ । କାର୍ଯ୍ୟାଳୟ କୁ ପ୍ରବେଶ କରିବା ସମୟରେ ଉପସ୍ଥିତ ପୋଲିସ କର୍ମଚାରୀ ମାନେ ଆନ୍ଦୋଳନକାରୀ ଙ୍କୁ ଅଟକାଇଥିଲେ । ପରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଆସି ଆନ୍ଦୋଳନକାରୀ ଙ୍କ ସହ ଆଲୋଚନା କରି ୫ ଦଫା ସମ୍ବିଳିତ ଦାବିପତ୍ର ଗ୍ରହଣ କରିଥିଲେ । ତଦନ୍ତ ରେ କୌଣସି ପ୍ରକାର ପକ୍ଷପାତିତା କରାଯିବ ନାହିଁ ଓ ପୀଡିତା ଙ୍କୁ ନ୍ୟାୟ ଦେବାରେ ସମ୍ବଲପୁର ପୋଲିସ ପ୍ରଶାସନ କୌଣସି ଚାପରେ ଆସିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ I ଆଜିର ଆନ୍ଦୋଳନ ରେ ଉତ୍ପଳା ଧରୁଆ, ସୁଷମା ସାହୁ, ରୁନୁ ପ୍ରଧାନ, ପ୍ରଭାସିନୀ ଦାଶ, ସରୋଜିନୀ ବନଛୋର, ଅରୁନ୍ଧତୀ ପାତ୍ର, ମେଜ ସାହୁ, ସୁବର୍ଣ୍ଣ କୁଅଁର, ସୁଜାତା ଗୁରୁ, ଖିରାଵଦ୍ଧି ରାଣା, ପୁଷ୍ପାଞ୍ଜଳି ଜେନା, ଅର୍ଚନା ସାହାଣୀ, ଭବାନୀ ଦୁଷର, ଶଲୀଳା ପଣ୍ଡା, ବିଦ୍ୟୁତପ୍ରଭା ଯୋଶୀ, ଜେମାଦେଇ ପଟେଲ, ରିଙ୍କି ସାହୁ, ସଞ୍ଜୁ ସାହୁ, ଅନୁଶୟା ସାମଲ, ସେବତୀ ପଟ୍ଟନାୟକ, ମୋମିନା ଖାତୁନ, ସୁମିତ୍ରା ପରିଡା, ଅଞ୍ଜଳି ଦୀପ, ଲକ୍ଷ୍ମୀ ସାହୁ, ସୁରମା ପୋଢ଼, ଜିଲ୍ଲା ସଭାପତି ଗିରିଶ ପଟେଲ, ସାଧାରଣ ସମ୍ପାଦକ ଅନିଲ ବେହେରା, ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି, ଯୁବ ମୋର୍ଚ୍ଚା ର ଅଶ୍ୱିନୀ ମାଝି, ସୌମିତ୍ର ଜତି ପ୍ରମୁଖ ଉପସ୍ଥିତ ଥିଲେ I