-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
08-Mar-2021
ବଲାଙ୍ଗୀର (ସନ୍ତୋଷ କୁମାର ଠାକୁର) : ଗତ କାଲି ଭୁର୍ଷିପାଳିର ସୁମନ୍ତ ବେହେରାଙ୍କ ଦେହ ଅସୁସ୍ଥ ହେବାରୁ ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ହସ୍ପିଟାଲର ମେଲ ୱାର୍ଡ ରେ ଭର୍ତ୍ତି କରିଥିଲେ। ଯାହା ପରେ ଚିକିତ୍ସା ରେ ଆସିଥିବା ଡକ୍ତର ରକ୍ତ କମ ଥିବା କହି ରକ୍ତ ଦେବା ପାଇଁ ସୂଚିତ କରିଥିଲେ । ଭୀମଭୋଇ ମେଡ଼ିକାଲ କଲେଜ ଷ୍ଟାଫ ରକ୍ତ ଦେଇନଥିବା ଯୋଗୁଁ ଆଜି ସକାଳ ୧୧ଟା ସମୟରେ ଚିକିତ୍ସିତ ହେଉଥିବା ଯୁବକ ସୁମନ୍ତ ବେହେରା ଙ୍କ ମୃତ୍ୟୁ ହୋଇଥିଲା। ଯେଉଁଥିରେ ଡାକ୍ତର ଓ ଷ୍ଟାଫ ନର୍ସ ଙ୍କ ଚିକିତ୍ସା ରେ ଅବହେଳାକୁ ନେଇ ମୃତକ ପରିବାର ସିଧାସଳଖ ଅଭିଯୋଗ ଆଣିଥିଲେ ଓ ଡାକ୍ତର ଓ ଷ୍ଟାଫ ନର୍ସ କୁ ମାଡ଼ ପିଟ କରିବା ସହ ଚୌକି ଟେବୁଲ ଭଙ୍ଗାରୁଚା କରିଥିବା ଦର୍ଶାଇଛନ୍ତି ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ଡାକ୍ତର ଓ ଷ୍ଟାଫ କର୍ମଚାରୀ। ଯାହାକୁ ନେଇ ବଲାଙ୍ଗୀର ଟାଉନ ପୋଲିସ ମୃତ ପରିବାର ର ୯ ଜଣ ସଦସ୍ୟ ଙ୍କୁ ଅଟକ ରଖିଛି। ଅନ୍ୟପଟେ ବାଲାଙ୍ଗୀର ଟାଉନ ପୋଲିସ ଡାକ୍ତର ଏବଂ ଷ୍ଟାଫ କୁ ମାଡ଼ ମାରିଥିବା ଘଟଣା କୁ ନେଇ ଉତ୍ୟକ୍ତ ହୋଇ ମୃତ ପିଡ଼ିତା ପରିବାରର ୩ ଜଣ ସଦସ୍ୟ ଙ୍କୁ ମାଡ଼ ମାରିବା ସହ ହାତ ଓ ମୁଣ୍ଡ ଫାଟି ରକ୍ତାକ୍ତ ଅବସ୍ଥାରେ ସେହି ଭୀମ ଭୋଇ ମେଡିକାଲ କଲେଜ ରେ ଭର୍ତ୍ତି ହୋଇଛନ୍ତି। ପୋଲିସ ପ୍ରଶାସନର ନ୍ୟାୟ ପ୍ରଦାନ କରିବା ବଦଳରେ ପୋଲିସ ଓଲଟା ମାଡ଼ ମାରି ରକ୍ତାକ୍ତ କରିଛି ଓ କାର୍ଯ୍ୟ ରେ ଅବହେଳା କରୁଥିବା ଡାକ୍ତର ଓ ଷ୍ଟାଫ କୁ ନିଜ ଛତ୍ର ଛାୟାରେ ପ୍ରସୟ ଦେଉଛି ବୋଲି ମୃତକଙ୍କ ପରିବାର ଅଭିଯୋଗ କରିଛନ୍ତି । ଉଠାଇନେଇଥିବା ମୃତକଙ୍କ ପରିବାର ସଦସ୍ୟ ଙ୍କୁ ଛଡ଼ାଯାଉ ଓ ଚିକତ୍ସା ରେ ଅବହେଳା କରିଥିବା ଡାକ୍ତର ଏବଂ ଷ୍ଟାଫ କତ୍ତୃପକ୍ଷ ଙ୍କ ପ୍ରତି ପୋଲିସ କଠୋର ପଦକ୍ଷେପ ନେଉ ବୋଲି ଲିଖିତ ଏକ ଅଭିଯୋଗ ଦେଇଛନ୍ତି। ତେବେ ଏଠି ସୂଚିତ ଥାଉ ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ବିଭିନ୍ନ ସମୟରେ ଚିକତ୍ସା ରେ ଅବହେଳା କୁ ନେଇ ଚର୍ଚ୍ଚା ରେ ରହିଆସୁଛି ଯାହା ଜିଲ୍ଲା ପାଇଁ ଏକ ଦୁଃଖ ଦାୟକ ବିଷୟ ଅଟେ।