-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
08-Mar-2021
କଳାହାଣ୍ଡି (ସଂଜୀବ କୁମାର ଦାସ) : ଏକ ତରଫା ପ୍ରେମରୁ କରୁଣ ପରିଣତି । ଯୁବତୀଙ୍କ ଗଳାକାଟି ଦେଲା ପ୍ରେମିକ । ଆକ୍ରମଣରେ ଯୁବତୀଙ୍କ ମା’ଙ୍କର ମୃତ୍ୟୁ ହୋଇଛି । ଗୁରୁତର ଯୁବତୀଙ୍କୁ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା କର୍ଲାଖୁଣ୍ଟା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଯୁବତୀ ଏବଂ ତାଙ୍କ ମା’ ପୋଖରୀରୁ ଗାଧୋଇ ସାରି ଫେରୁଥିବା ବେଳେ ଅଭିଯୁକ୍ତ ତିଲକର ନାଏକ ଛୁରୀରେ ଆକ୍ରମଣ କରିଥିଲା । ଉଭୟ ଯୁବତୀ ଏବଂ ଅଭିଯୁକ୍ତ ଗୋଟିଏ ଗାଁର । ପ୍ରାଥମିକ ତଦନ୍ତରୁ ଏକ ତରଫା ପ୍ରେମକୁ ନେଇ ପ୍ରେମିକ ପ୍ରତିଶୋଧ ପରାୟଣ ହୋଇ ଏଭଳି କାଣ୍ଡ ଘଟାଇଥିବା ଜଣାପଡିଛି । ଅଭିଯୁକ୍ତକୁ ଅଟକ ରଖି କେସିଙ୍ଗା ପୋଲିସ ତଦନ୍ତ ଆରମ୍ଭ କରିଛି ।