-+91-9937148622 |
prerana_bgr@rediffmail.com |
Thursday 1st October 2026 |
R.N.I. Regd No. ODIODI/2010/46693
Breaking News
06-Mar-2021
ସମ୍ବଲପୁର,(ସଂଜୀବ କୁମାର ପାଣିଗ୍ରାହୀ) ଦେହ ବ୍ୟବସାୟର ନୂଆ ତରିକା ପାଲଟିଛି ସେକ୍ସ କଲ୍ ବା ଫୋନ୍ ସେକ୍ସ । ଦିଲ୍ଲୀ, ମୁମ୍ବାଇ ଭଳି ସହରରେ ଏହି ଟ୍ରେଣ୍ଡ୍ ଏକ ସାଧାରଣ ଘଟଣା ପାଲଟିଥିବା ବେଳେ ଏବେ ସମ୍ବଲପୁର ସହରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଲାଣି । ଅନ୍ଲାଇନ୍ରେ ଯୋଗାଇ ଦିଆଯାଉଥିବା ଫୋନ୍ ନମ୍ବର ସହାୟତାରେ ଏହି ସେକ୍ସ କଲ୍ ସେଣ୍ଟର ସହ ଯୋଗାଯୋଗ କରି ଯୁବଗୋଷ୍ଠୀ ପଥଭ୍ରଷ୍ଟ ହେଉଛନ୍ତି ।
ସେପଟେ, ଏହି ସେକ୍ସ କଲ ସେଣ୍ଟର ନାଁରେ ସାଇବର ଲୁଟେରା ମଧ୍ୟ ଟଙ୍କା ଲୁଟ୍ କରିବାର ସୁଯୋଗକୁ ହାତଛଡ଼ା କରୁନଥିବା ଅଭିଯୋଗ ହୋଇଛି । ବୁଧବାର ସମ୍ବଲପୁର ସହରର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ପଢ଼ୁଥିବା ଜଣେ ଯୁବକ ଏଭଳି ଠକେଇର ଶିକାର ହୋଇ ୫ ହଜାର ଟଙ୍କା ହରେଇଥିବା ଜଣାପଡ଼ିଛି । ମାତ୍ର ଲୋକଲଜ୍ଜା ଭୟରେ ଓ ନିଜର ଭୁଲ୍ ଥିବାଯୋଗୁ ଯୁବକ ଜଣଙ୍କ ପୁଲିସ୍ର ଦ୍ୱାରସ୍ଥ ନହୋଇ କାନମୁଣ୍ଡା ଆଉଁସି ଚୁପ୍ ରହିଯାଇଛନ୍ତି ।
ଜିଲ୍ଲାରେ କିଭଳି ଭାବେ ଏହି ସେକ୍ସ କଲିଂରେ ଲୋକେ ଠକେଇର ଶିକାର ହେଉଛନ୍ତି, ଗତମାସରେ ଏହାର ଏକ ଜ୍ୱଳନ୍ତ୍ୱ ଉଦାହରଣ ଦେଖିବାକୁ ମିଳିଥିଲା । ଜଣେ ଯୁବକ ଅନ୍ଲାଇନ୍ ଡେଟିଂ ସାଇଟ୍ରେ ରେଜିଷ୍ଟ୍ରେସନ କରିବା ପରେ ତାଙ୍କ ନିକଟକୁ ଭିଡିଓ ସେକ୍ସ, ଅଡିଓ ସେକ୍ସ, ଉଲଗ୍ନ ଫଟୋ ସେୟାର ପାଇଁ କେତେ ଟଙ୍କା ଲେଖାଏ ନିଆଯାଉଛି ସେନେଇ ତାଙ୍କ ନିକଟକୁ ହ୍ୱାଟ୍ସ ଆପ୍ ଯୋଗେ ଏକ ଚିଠା ଆସିବା ପରେ ଘଟଣା ସମ୍ପର୍କରେ ଜଣାପଡ଼ିଥିଲା । ଏବେ ଗୁଗଲରେ ବି ସମ୍ବଲପୁରର ମାଳ ମାଳ ଶତାଧିକ କଲ୍ ସେଣ୍ଟର୍ ତାଲିକା ଓ ଯୋଗାଯୋଗ ନମ୍ବର ବି ଆସୁଛି । ଯେଉଁଥିରେ ଲୋକଙ୍କଠାରୁ ଅଗ୍ରିମ ଟଙ୍କା ନିଆଯାଇ ସେବା ପ୍ରଦାନ କରାଯାଉଥିବା ସମ୍ପର୍କରେ ଉଲ୍ଳେଖ ରହିଛି । ଏହା ମଧ୍ୟରୁ କିଛି ସାଇଟ୍ ପ୍ରକୃତରେ ଟଙ୍କା ନେଇ ଗ୍ରାହକଙ୍କୁ ସେବା ଯୋଗାଉଥିବା ମଧ୍ୟ ଦେଖିବାକୁ ମିଳିଛି । ମାତ୍ର ପୁଲିସ୍ ଏଥିପ୍ରତି ଦୃଷ୍ଟି ଦେଉନଥିବାରୁ ସାଇବର ଲୁଟେରା ମଧ୍ୟ ଏହାର ଫାଇଦା ଉଠାଇବାର ସୁଯୋଗ ହାତଛଡ଼ା କରୁନାହାନ୍ତି ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ଏହି କଲ୍ ସେଣ୍ଟରଗୁଡ଼ିକରେ କଲେଜ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ କାମରେ ଲଗାଯାଉଥିବା ଅଭିଯୋଗ ହେଉଛି । ନିତିଦିନ ଏଭଳି ଅଡିଓ ଓ ଭିଡିଓ ସେକ୍ସ କଲିଂରେ ଶହ ଶହ ଲୋକ ଠକେଇର ଶିକାର ହେଉଥିବା ସମୟରେ ଲକ୍ଷ ଲକ୍ଷ ଟଙ୍କା ଉଡ଼ୁଛି । ସାଇବର ଅପରାଧୀମାନେ ଯୁବତୀଙ୍କ ନାମରେ ଏଭଳି ମେସେଜ୍ କରିବା ସହ ପର୍ଣ୍ଣ ଭିଡିଓ ଚଲାଉଛନ୍ତି ଓ ଉଲଗ୍ନ ହେବାକୁ କହୁଛନ୍ତି। ଅପରପାଶ୍ୱର୍ରେ ଥିବା ବ୍ୟକ୍ତି ଉତ୍ତେଜିତ ହୋଇ ନଗ୍ନ ହେବା ମାତ୍ରେ ଏହାର ସ୍କ୍ରିନ୍ ସର୍ଟ ନେଇ ବ୍ଲାକ୍ମେଲ୍ କରାଯାଉଥିବା ଅଭିଯୋଗ ହୋଇଛି ।