-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
06-Mar-2021
ବଲାଙ୍ଗିର,(ପ୍ରେରଣା ଖବର) :ବଲାଙ୍ଗୀର ଜିଲ୍ଲାର କିଛି ଦାଦନ ଇଟା ଭାଟିରେ ବନ୍ଧା ପଡିଥିବା ଖବର ମିଳିଛି । ସେମାନେ ସମସ୍ତେ ପଡ଼ୋଶୀ ରାଜ୍ୟ ତେଲେଙ୍ଗାନା ଫସି ରହିଛନ୍ତି । ନିୟୁଜ୍ ୭ ଜରିଆରେ ଭିଡିଓ ଜାରି କରି ଉଦ୍ଧାର ପାଇଁ ନିବେଦନ ସମସ୍ତେ ସରକାରଙ୍କୁ ନିବେଦନ କରିଛନ୍ତି ।
ବେଲପଡା ବ୍ଲକ ଘାଗୁର୍ଲିର ଦିଲେଶ୍ୱର୍ ବେହେରା ନାମକ ଦାଦନ ସର୍ଦ୍ଦାର ସେମାନଙ୍କୁ ତେଲେଙ୍ଗାନା ପଠାଇଥିବା ଅଭିଯୋଗ ହୋଇଛି । ଏହି ଦଳରେ ଛୁଆପିଲା ମିଶାଇ ୩୦ ରୁ ଅଧିକ ଦାଦନ ଶ୍ରମିକ ରହିଛନ୍ତି । ସେମାନେ ଦୀର୍ଘ ୬ ମାସ ହେବ ଏଟା ଭାଟି ମାଲିକଙ୍କ ନିର୍ଯାତନା ସହୁଥିବା ଏକ ଭିଡିଓରେ କହିଛନ୍ତି ।
ବନ୍ଧକ ଶ୍ରମିକ ବଲାଙ୍ଗୀର ପାଟଣାଗଡ, ଖପ୍ରାଖୋଲ ଓ ବେଲପଡ଼ା ଅଞ୍ଚଳର ହୋଇଥିବା ବେଳେ ସେମାନଙ୍କୁ ୫୦ ହଜାର ଟଙ୍କାର ଲୋଭ ଦେଖାଇ ରାଜ୍ୟ ବାହାରକୁ ଚାଲାଣ କରାଯାଇଥିବା ସେମାନେ କହିଛନ୍ତି । ଇଟା ଭାଟି ମାଲିକ ସଲିମ୍ ଶେଖ୍ ମାଡ଼ ଶହ ଅଶ୍ଳୀଳ ଭାଷାରେ ଗାଲି ଗୁଲଜ କରୁଥିବା ଆଭିଯୋଗ କରିବା ସହିତ ଜିଲ୍ଲାପ୍ରଶାସନକୁ ଉଦ୍ଧାର ପାଇଁ ସେମାନେ ଗୁହାରୀ କହିଛନ୍ତି ।