-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
06-Mar-2021
ଖଲ୍ଲିକୋଟ(ପ୍ରେରଣା ଖବର): ଧାନ କିଣା ନେଇ ସବୁଠି ତେଜୁଛି ଚାଷୀ ଅସନ୍ତୋଷ । ଗୋଟିଏ ପଟେ ଟାର୍ଗେଟ୍ ନଥିବାରୁ ଚାଷୀଙ୍କ ଧାନ କିଣା ଯାଉନଥିବା ବେଳେ ଅନ୍ୟପଟେ ଚାଷୀଙ୍କ ଟୋକନ ଅବଧି ଶେଷ ହେବାକୁ ବସିଛି । ଆଉ ଏହାକୁ ନେଇ ଚାଷୀମାନେ ଅନେକ ଥର ଆନ୍ଦୋଳନ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଧାନ କିଣା ଯାଇନାହଁ ।
ତେଣୁ ଶନିବାର ଧାନ କିଣାର ପ୍ରତିବାଦ କରି ଛତ୍ରପୁର ବ୍ଲକ୍ ପୋଟଲାମପୁର ପଞ୍ଚାୟତର ଶହ ଶହ ଚାଷୀ ବ୍ରହ୍ମପୁର, ଛତ୍ରପୁର, ଗୋପାଳପୁରକୁ ଯାଉଥିବା ପାନୀୟଜଳ ପ୍ରକଳ୍ପକୁ ବନ୍ଦ କରିବା ସହ ଛତ୍ରପୁର ତାରାତାରିଣୀ ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି । ଚାଷୀଙ୍କ ଧାନ କିଣା ଯିବା ସହ ମରିଚ ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ପ୍ରଦାନ କରାଯାଉନଥିବା ସେମାନେ ଅଭିଯୋଗ କରିଛନ୍ତି । ନଚେତ୍ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ । ଉକ୍ତ ପଞ୍ଚାୟତର ୫୦ରୁ ଉର୍ଦ୍ଧ୍ବ ଚାଷୀଙ୍କ ଟୋକନ ଅବଧି ଶେଷ ହୋଇଯାଇଥିବା ମଧ୍ୟ ଚାଷୀମାନେ କହିଛନ୍ତି ।