-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
06-Mar-2021
ପାଟଣାଗଡ଼ (ଗୋରେଖନାଥ ବରିହା ) ପ୍ରତ୍ୟେକ ଧର୍ମରେ ବିବାହ ପ୍ରଥା ରହିଛି ।ପଶୁ ପକ୍ଷୀ ଏବଂ ବଣ୍ୟ ପ୍ରାଣୀ ବିଧିବଦ୍ଧ ଭାବରେ ହୋଇନଥିଲେ ମଧ୍ୟ ସେମାନେ ଙ୍କ ମଧ୍ୟରେ ସ୍ବାମୀ-ସ୍ତ୍ରୀ ର ସଂପର୍କ ରହିଥାଏ ବୋଲି ଅନେକ ପ୍ରାଣୀ ବିଶାରଦ ମତ ଦିଅନ୍ତି । ତେବେ ପାଟଣାଗଡ଼ ବନାଞ୍ଚଳ ଅଞ୍ଚଳ ର ଚଙ୍ଗରିଆ ଡଙ୍ଗର, ବାଙ୍କୋଡୋ, ମହଦା, ସୁଲୀଆ ଆଦି ଡଙ୍ଗର ପର୍ବତ ରେ 'ମାକର ବିହା' ଶବ୍ଦର ପ୍ରଚଳନ ଏଠାକାର ଲୋକଙ୍କ ପାଇଁ ବେଶ ପୁରୁଣା । ଠିକ୍ ଫାଲଗୁନ ଚୈତ୍ର ମାସ ରେ ଜଙ୍ଗଲ ରେ ମହୁଲ ହୋଇଥାଏ ।ମହୁଲ ସଂଗ୍ରହ ଜଙ୍ଗଲ ତଲି ଅଞ୍ଚଳରେ ଲୋକଙ୍କ ପାଇଁ ଜିବିକାର ମୂଖ୍ୟ ଆଧାର ।ଭୋର ସକାଳୁ ଲୋକେ ମହୁଲ ସଂଗ୍ରହ ପାଇଁ ଘରୁ ବାହାରି ଯାଆନ୍ତି ।ଦିନ ଗୋଟାଏ ବେଳକୁ ଟୋକେଇ ଭର୍ତ୍ତି ମହୁଲ ଧରି ଫେରନ୍ତି ଘର କୁ । ସେହି ମହୁଲକୁ ଶୁଖାଇ ବଜାର ରେ ବିକ୍ରି କରି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣିଥାନ୍ତି । ଠିକ୍ ଏହି ସମୟରେ ପତ୍ର ଝଡା ହୋଇ ଥାଏ ।ମହୁଲ ପତ୍ର ଗଛ ତଲେ ପଡୁଥିବାରୁ ମହୁଲ ଗୋଟାଇବା ରେ ଅସୁବିଧା ହୋଇଥାଏ । ସେଥିପାଇଁ ଠିକ ସମୟରେ ମହୁଲ ଗଛ ତଳକୁ ସଫା ରଖିବା ପାଇଁ ନିଆଁ ଲଗାଇ ଦେଇଥାନ୍ତି । ଏହାକୁ କୁହାଯାଏ 'ମାକରବିହା' ରାତିରେ ଦୂର ପାହାଡ଼ ଟି ବେଶ୍ ସୁନ୍ଦର ଦେଖାଯାଏ । ସତେ ଯେମିତି ପାହାଡ଼ ରେ କେହି ଧାଡ଼ି ଧାଡ଼ି ରଙ୍ଗୀନ ଆଲୁଅ ଲଗାଇ ଦେଇଛି ।ଅଝଟ ପିଲାକୁ ପାହାଡ଼ ଆଡ଼କୁ ଦେଖାଇ ଘରର ବୟସ୍କ ଲୋକେ ତୁନି କରାଇଥାନ୍ତି ।*ମାକରବିହା* ଚାଳିଛି ବୋଲି କହିଥାନ୍ତି । ତେବେ ଜଙ୍ଗଲ ରେ ନିଆଁ ସହ 'ମାକରବିହା"ର କ'ଣ ସମ୍ପର୍କ ରହିଛି ସେ ସଂକ୍ରାନ୍ତରେ ଆହୁରି ଗବେଷଣା ର ଆବଶ୍ୟକତା ରହିଛି । ତେବେ ଜଙ୍ଗଲ ରେ ନିଆଁ ଲାଗି ଯିବା ଯୋଗୁଁ ବ୍ୟାପକ ଜଙ୍ଗଲ ସଂପଦ ନଷ୍ଟ ହେଉଛି । ଏହି ଅଞ୍ଚଳ ର ପାହାଡ଼ ଗୁଡ଼ିକ ରେ ବହୁ ମୂଲ୍ୟବାନ ଗଛ ଓ ଔଷଧୀୟ ଲତା ନିଆଁ ରେ ପୋଡ଼ି ଯାଉଛି । ଜଙ୍ଗଲ ରେ ନିଆଁ ନ ଲଗାଇବା ପାଇଁ ସରକାର ବନ ବିଭାଗ କୁ ଅନୁଦାନ ଦେଉଥିଲେ ମଧ୍ୟ ଅନୁଦାନ ଅର୍ଥ ଖର୍ଚ୍ଚ ଠିକ୍ ଭାବରେ ହେଉନାହିଁ ଲୋକେ ନିଜର ସାମାନ୍ୟ ସୁବିଧା ପାଇଁ ଜଙ୍ଗଲ ରେ ନିଆଁ ଲଗାଇ ହିଁ କ୍ଷତି କରୁଛନ୍ତି । ଏନେଇ ଜନ ସଚେତନତା ସୃଷ୍ଟି ର ଆବଶ୍ୟକତା ରହିଥିଲେ ମଧ୍ୟ ବନବିଭାଗ ର ଅବହେଳା ଦେଖିବାକୁ ମିଳିଛି । ଜଙ୍ଗଲ ସୁରକ୍ଷା ପାଇଁ ପାହାଡ଼ ତଳ ଅଞ୍ଚଳରେ ବ୍ୟାପକ ଜନ ସଚେତନତା ଯାତ୍ରା ର ଆବଶ୍ୟକ ରହିଛି ।