-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
05-Mar-2021
ବଲାଙ୍ଗିର(ପ୍ରେରଣା ଖବର): ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜନ୍ମ ଜୟନ୍ତୀ ସ୍ଥାନୀୟ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ଠାରେ ବଲାଙ୍ଗିର ବିଜୁ ଜନତା ଦଳ ଆନୁକୁଲ୍ଯରେ ଯୁବନେତା ଅର୍କେଶ ନାରାୟଣ ସିଂହଦେଓଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇ ଯାଇଛି ।
ଆଜି ସକାଳ ୧୦ ଘଣ୍ଟା ସମୟରେ ବଲାଙ୍ଗିର ନିର୍ବାଚନ ମଣ୍ଡଳୀର ବିଜେଡି ଯୁବନେତା ଅର୍କେଶ ନାରାୟଣ ସିଂହଦେଓ ଏବଂ ସମସ୍ତ ବରିଷ୍ଠ କର୍ମକର୍ତ୍ତା ସ୍ଥାନୀୟ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ଠାରେ ଥିବା ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ସହିତ ଦୀପ ଜାଳି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ଓ ପରେ ପରେ ସ୍ବର୍ଗତ ବିଜୁବାବୁଙ୍କ ସ୍ମୃତିଚାରଣ କରିଥିଲେ ବିଜେଡିର ବରିଷ୍ଠ କର୍ମକର୍ତ୍ତା । ଏହି ସଭାରେ ଯୁବ ବିଜେଡ଼ି ଜିଲ୍ଲା ସଭାପତି ରାଜେନ୍ଦ୍ର ପ୍ରସାଦ ହୋତା ସଭାପତିତ୍ବ କରିଥିଲେ l ବକ୍ତାମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଭାରତୀୟ ମୁକ୍ତି ସଂଗ୍ରାମରେ ବିଜୁବାବୁଙ୍କ ଅଦ୍ଭୁତସାହାସିକତା,କାରାବରଣ, ଇଣ୍ଡୋନେସିଆର ପ୍ରେସିଡେଣ୍ଟ ଡଃ ସୁବର୍ଣ୍ଣୋ ଙ୍କୁ ବିମାନରେ ଉଦ୍ଧାର ଏବଂ ଇଣ୍ଡୋନେସିଆର ଭୂମିପୁତ୍ର ସମ୍ମାନପ୍ରାପ୍ତ ଘଟଣାବଳୀ ତଥା ଓଡିଶା ରାଜ୍ଯ ର ସାମୁହିକ ବିକାଶ ପାଇଁ ଶ୍ରମିକ ମାନଙ୍କ ମଜୁରି ଭାରତବର୍ଷରେ ସର୍ବ ପ୍ରଥମେ ମହିଳାମାନଙ୍କ ପ୍ରତି ସମ୍ମାନ ଜଣାଇ ୩୩ ପ୍ରତିଶତ ସଂରକ୍ଷଣ ବ୍ଯବସ୍ଥା, ଗ୍ରାମାଞ୍ଚଳର ଉନ୍ନତି ପାଇଁ ପଞ୍ଚାୟତିରାଜ ବ୍ଯବସ୍ଥା ,ସର୍ବପରି ସମଗ୍ର ରାଜ୍ୟର ସାମୁହିକ ବିକାଶ ପାଇଁ ରାଜ୍ଯର ୧୩ ଟି ଜିଲ୍ଲାକୁ ସମ୍ପ୍ରସାରଣ କରି ୩୦ଟି ଜିଲ୍ଲାରେ ପରିଣତ କରି ନୂଆଁ ଇତିହାସ ସୃଷ୍ଟି କରିଥିଲେ । ଏହା ସାଙ୍ଗକୁ ପାରାଦ୍ବୀପ ବନ୍ଦର ନିର୍ମାଣ, ଭୁବନେଶ୍ବର ରାଜଧାନୀ ବିକାଶ ଓ ରାଉରକେଲା ଷ୍ଟିଲ ପ୍ଳାଣ୍ଟ ବିକାଶ ଅନେକ ଯୋଜନା ସାଙ୍ଗକୁ ବହୁ ଜନକଲ୍ୟାଣ କାର୍ଯ୍ଯ ରାଜ୍ଯ ତଥା ଦେଶ ପାଇଁ କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ଯ ଯେ ଜରୁରୀ କାଳୀନ ପରିସ୍ଥିତିରେ ଜୟପ୍ରକାଶ ନାରାୟଣଙ୍କ ଆହ୍ବାନ ରେ ଦେଶର ଜରୁରୀ କାଳୀନ ପରିସ୍ଥିତିକୁ ହଟାଇବା ପାଇଁ ସକ୍ରିୟ ଆନ୍ଦୋଳନ କରି କାରାବରଣ କରିଥିଲେ । ପରବର୍ତ୍ତୀ ସମୟରେ ଜନତା ଦଳ ପ୍ରତିଷ୍ଠା ରେ ସକ୍ରିୟ ଅଂଶଗ୍ରହଣ କରି ରାଜ୍ଯ ଓ ଦେଶ କଲ୍ଯାଣ ପାଇଁ ବହୁବିଧ କାର୍ଯ୍ୟ କରିଥିଲେ । ଏଣୁ ବହୁ ବିଳମ୍ବ ହେଲେ ଭାରତ ର ତଥା ବିଶ୍ଵର ଏ ସୁଯୋଗ୍ଯ ସନ୍ତାନ କୁ ମରଣୋତ୍ତର " ଭାରତରତ୍ନ " ଉପାଧି ବିଭେଷିତ କରାଯାଉ ବୋଲି ବକ୍ତା ମାନେ ଦୃଢ ଦାବି କରିଥିଲେ । ଏ ଦିଗରେ ଦଳମତ ନିର୍ବିଶେଷ ରେ ସଭିଏଁ ସ୍ବର ଉତ୍ତୋଳନ କରିବା ପାଇଁ ମତ ପ୍ରକାଶ କରିଥିଲେ । ଜୟନ୍ତୀ ସଭାରେ ଯୁବନେତା ଅର୍କେଷ ନାରାୟଣ ସିଂହଦେଓ ତାଙ୍କ ଅଭିଭାଷଣ ରେ ବାଲ୍ଯକାଳରେ ବିଜୁବାବୁଙ୍କ ସଂସ୍ପର୍ଶ ରେ ଆସିଥିବା କଥା ମନେ ପକାଇ ବିଜୁ ବାବୁଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ଭୋଟ ରାଜନିତୀ ର ଉର୍ଦ୍ଧ୍ବ ରେ ରହି ଅଞ୍ଚଳର ସାମୁହିକ ବିକାଶ, ସାମାଜିକ ବିକାଶ ଓ ଅର୍ଥନୈତିକ ବିକାଶ ପାଇଁ ଯୁବ ଓ ଛାତ୍ର ଗୋଷ୍ଠୀଙ୍କୁ ଯୋଗ୍ୟତା ଅନୁଯାଇ ନିଯୁକ୍ତିର ସୁଯୋଗ ପ୍ରଦାନ କରିପାରିଲେ ଯାଇ ପ୍ରକୃତ ରେ ସ୍ବର୍ଗତ ବିଜୁବାବୁଙ୍କ ଉଚିତ ଶ୍ରଦ୍ଧାଞ୍ଜଳି ଅର୍ପଣ ହେବ ଏବଂ ଏହାହିଁ ମୋର ରାଜନୈତିକ ଜୀବନ ର ଲକ୍ଷ ଓ ସଙ୍କଳ୍ପ ବଦ୍ଧ ପରିକର ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମ ରେ ପ୍ରଦୀପ ଗୁରୁ ,ଓମକାର ନାୟକ ଧୃଡ ଜୁଏଡ, ଉମାଶଙ୍କର ସିଂ ଲକ୍ଷ୍ମଣ ମେହେର ଜୟରାମ ମିଶ୍ର, ଓକିଲ ଶୁଭ୍ରାଂଶୁ ଶେଖର ପଣ୍ଡା, ସନ୍ତୋଷୀନି ବେହେରା, ଲିପିଶ୍ରୀ ସାଏ, ଦମୟନ୍ତୀ ବାଗ, ସତ୍ଯ ନାୟକ, କୈଳାଶ ଚନ୍ଦ୍ର ମହାନ୍ତି, ସତ୍ଯ ଭୋଇ, ଗୁଞ୍ଜ ଖାଁ ପ୍ରମୁଖ ବିଜୁ ବାବୁଙ୍କ ସ୍ମୃତି ଚାରଣ କରିଥିବା ବେଳେ ଶତାଧିକ ବିଜୁ ଜନତା ଦଳର ମହିଳା ଯୁବ ଓ ଛାତ୍ର କର୍ମକର୍ତ୍ତା ଉପସ୍ଥିତ ଥିଲେ ।