-+91-9937148622 |
prerana_bgr@rediffmail.com |
Monday 5th October 2026 |
R.N.I. Regd No. ODIODI/2010/46693
Breaking News
03-Mar-2021
ସୁବର୍ଣ୍ଣପୁର,(ପ୍ରେରଣା ଖବର ବ୍ୟୁରୋ): ଆଜି ଅପରାହ୍ନରେ ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସ୍ଥିତ ରାମେଶ୍ୱର ମନ୍ଦିର ପରିସରରେଏକ ବାହାଘର କାର୍ଯ୍ୟକ୍ରମ ପ୍ରଶାସନର ବିନା ଅନୁମତିରେ ଏବଂ ଓଡିଶା ସରକାରଙ୍କ ସମ୍ପ୍ରତି ପ୍ରଚଳନ କୋଭିଡ ନିୟମାବଳୀର ଉଲଂଘନ ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ମନ୍ଦିର ଓ ମନ୍ଦିରପରିସରକୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସିଲ କରାଯାଇଥିବା ବେଳେ ବିନାନୁମତିରେ ପରିସରରେ ବାହାଘର ଆୟୋଜନ କରୁଥିବା ବରପିତାଙ୍କୁ ଜୋରିମାନା କରାଯାଇଛି l ଘଟଣାକ୍ରମରେ ସୋନପୁର
ଟିକିରିପଡ଼ା ନିବାସୀ ଗୌରଚରଣ ବାରିକଙ୍କ ପୁଅ ବlବୁଲୁ ବାରିକର ବାହାଘର ବୌଦ୍ଧ ଜିଲ୍ଲା ପୁରୁଣାକଟକର ଜନୈକl ଝିଅ ସହିତ ସୋନପୁର ରାମେଶ୍ୱର ମନ୍ଦିର ପରିସରରେ ଅନୁଷ୍ଠିତ ହେଉଥିଲା, ଏହି ବାହାଘର ପାଇଁ ବର ପକ୍ଷରୁ କୌଣସି ଅନୁମତି ପ୍ରଶାସନ ଠାରୁ ନେଇ ନ ଥିବା ଏବଂ ସାମ୍ପ୍ରତିକ ପ୍ରଚଳିତ ସରକାରଙ୍କ କୋଭିଡ ଗାଇଡ଼ ଲାଇନ କୁ ଉଲଂଘନ କରି ସମାରୋହରେ ନିର୍ଦ୍ଧିଷ୍ଟ ସଂଖ୍ୟାରୁ ଅଧିକ ସମ୍ମିଳିତ ହୋଇଥିବା ବେଳେ ମୁହଁରେ ମାକ୍ସ ବ୍ୟବହାର ନ କରିବାସହ କୋଭିଡ ନିୟମ ପାଳନ ମୁତାବକ ସାମାଜିକ ଦୂରତ୍ୱ କୁ ମଧ୍ୟ ପାଳନ କରାଯାଇନଥିବା ଖବର ପାଇ ଜିଲ୍ଲା ପ୍ରଶାସନ ତରଫରୁ ଉପଜିଲ୍ଲାପାଳ ସୋନପୁର, ତହସିଲଦାର, ସୋନପୁର, କାର୍ଯ୍ୟନିଵାହୀ ଅଧିକାରୀ, ସୋନପୁର ମ୍ୟୁନିସିପାଲିଟି, ଭାରପ୍ରାପ୍ତ ଥାନାଧିକାରୀ, ସୋନପୁର ଟାଉନ ଥାନା, ପ୍ରଭୁତି ଅତର୍କିତ ଚଢ଼ାଉ କରି ସରଜମିନ ସମୀକ୍ଷା କରି ବରପିତା କୁ କୋଭିଡ ନିୟମ ଉଲଂଘନ ନିମନ୍ତେ 20,000 ଙ୍କl ଜୋରିମାନା କରିବା ସହ ଆୟୋଜିତ ବାହାଘରକୁ ତୁରନ୍ତ ବନ୍ଦ କରିଥିଲେ l ଏପରିକି କୋଭିଡ ଗାଇଡ଼ ଲାଇନ ର ଖୋଳା ଉଲଂଘନ ହେତୁ ମନ୍ଦିର ଓ ପରିସରକୁ ଅନ୍ୟାଦେଶ ପର୍ଯ୍ୟନ୍ତ ସିଲ କରାଯାଇଛି l ମନ୍ଦିରରେ କେବଳ ଦୈନିକ ନୀତିକାନ୍ତି ପୁଜା ପାଇଁ ପୂଜକ କୁ ଅନୁମତି ଦିଆଯାଇଛି l ଏହି ଚଢାଉ ରେ ସୋନପୁର ଉପଜିଲ୍ଲାପାଳ ନିହାର ରଞ୍ଜନ କଁହର,ତହସିଲଦାର ନବୀନ ଚନ୍ଦ୍ର ପାଢ଼ୀ, ମୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟlଶୁ ରୁଟ, ଥାନା ଅଧିକାରୀ ପୁଷ୍ପେନ୍ଦୁ ସାଗର ପ୍ରମୁଖ ଉପସ୍ଥିତ ଥିଲେ l