-+91-9937148622 |
prerana_bgr@rediffmail.com |
Monday 5th October 2026 |
R.N.I. Regd No. ODIODI/2010/46693
Breaking News
03-Mar-2021
ଯୁଯୁମୁରା(ପ୍ରେରଣା ଖବର) : ଯୁଯୁମୁରା ଥାନା ସଦର ରେଞ୍ଜ ଝାଙ୍କରପସଲି ସେକ୍ସନ ଅନ୍ତର୍ଗତ ଡୁମ୍ବେରଚୂଆଁ ଜଙ୍ଗଲରୁ ବୁଧବାର ଜଣ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ହେଲେ ଯୁଯୁମୁରା ଥାନା ଭବାନୀପାଲି ମିର୍ଧାପଡ଼ାର ଦ୍ରୋଣ ମିର୍ଧା(୨୮) । ଯୁଯୁମୁରା ପୁଲିସ ଓ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ମୃତ ଦ୍ରୋଣଙ୍କ ବଡ଼ଭାଇ ମହେନ୍ଦ୍ରଙ୍କ ଅଭିଯୋଗ ଅନୁଯାୟୀ ୧୯ ତାରିଖ ସକାଳ ୬ଟାରେ ସେ ଘରୁ ଜଙ୍ଗଲକୁ ଯାଇଥିଲା। ଘରଲୋକ ବହୁ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କ ପତ୍ତା ମିଳି ନଥିଲା। ଏ ସଂପର୍କରେ ଥାନାରେ କୌଣସି ନିଖୋଜ ଅଭିଯୋଗ ଦିଆଯାଇ ନଥିଲା। ବୁଧବାର ସକାଳେ ମହେନ୍ଦ୍ର ଓ ସ୍ଥାନୀୟ ମୁଣ୍ଢେର ସଂରକ୍ଷିତ ଜଙ୍ଗଲ (ଡୁମ୍ବେରଚୁଆଁ) ଜଙ୍ଗଲରେ ଖୋଜାଖୋଜି କରିବାରୁ ଦ୍ରୋଣଙ୍କ ଗଳିତ ଶବ ପାଇଥିଲେ। ଏ ସଂପର୍କରେ ସେମାନେ ସଙ୍ଗେ ସଙ୍ଗେ ପୁଲିସ ଓ ବନ ବିଭାଗକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ହାତୀ ଆକ୍ରମଣରୁ ତାଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।