-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
03-Mar-2021
ରାଉରକେଲା(ପ୍ରେରଣା ଖବର) : ବନ୍ଧମୁଣ୍ଡା ମିଲନଗରର ରେଳ କର୍ମଚାରୀ ଜିତେନ୍ଦ୍ର ରକ୍ସା ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ବନ୍ଧମୁଣ୍ଡା ପୁଲିସ। ପ୍ରାୟ ଅଢ଼େଇ ମାସ ପରେ ବନ୍ଧମୁଣ୍ଡା ପୁଲିସ ଦୁଇ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ପିଣ୍ଟୁ ତନ୍ତି, ଟକଲୁ ଓରଫ ଚିତ୍ତରଞ୍ଜନ ସାହୁ । ମୁଖ୍ୟ ଅଭିଯୁକ୍ତ ପିଣ୍ଟୁକୁ ପୁଲିସ ବିହାରର ନାଳନ୍ଦା ଅଞ୍ଚଳରୁ ଗିରଫ କରିବାରେ ସକ୍ଷମ ହୋଇଛି। ପିଣ୍ଟୁ ନାଁରେ ରାଜ୍ୟ ଓ ରାଜ୍ୟ ବାହାର ବିଭିନ୍ନ ଜିଳ୍ଲାରେ ୨୭ ଅଧିକରୁ ଅପରାଧିକ ମାମଲା ରହିଛି। ହତ୍ୟାରେ ବ୍ୟବହୃତ ଇଟା, ପଥ ସହ ମୋଟର ବାଇକ୍ ପୁଲିସ ଜବତ କରିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପିଣ୍ଟୁ ତାର ସହଯୋଗୀ ଟକୁଲ ସହ ମିଶି ରେଲୱେ କର୍ମଚାରୀ ଜିତେନ୍ଦ୍ର ରକ୍ସାକୁ ଏକାକୀ ଦେଖି ହତ୍ୟା କରିଥିଲେ। ପରେ ଜିତେନ୍ଦ୍ରକୁ ଏକ ନିଚ୍ଛାଟିଆ ସ୍ଥାନରେ ଫିଙ୍ଗି ଦେଇ ଫେରାର ହୋଇଯାଇଥିଲା। ମୃତକଙ୍କ ମୋବାଇଲ୍ ନମ୍ବରକୁ ପୁଲିସ ଜବତ କରିବାପରେ କଲ୍ ରେକର୍ଡ ଯାଞ୍ଚ କରିଥିଲା। ଏତଦ୍ବ୍ୟତୀତ ମୃତକଙ୍କର କିଛି ବନ୍ଧୁ ଏହି ଘଟଣା ପରଠାରୁ ହଠାତ୍ ଉଭାନ୍ ହୋଇଯାଇଥିଲେ। ଏଣୁ ଫେରାର ଥିବା ସାଙ୍ଗମାନଙ୍କ ଉପରେ ପୁଲିସର ସନ୍ଦେହ ଦୃଢ଼ୀଭୂତ ହୋଇଥିଲା।ସୂଚନାଯୋଗ୍ୟ, ଗତ ଡିସେମ୍ବର ୧୯ ତାରିଖ ସକାଳେ ବନ୍ଧମୁଣ୍ଡା ଆର୍.ଏସ୍.କଲୋନି ରାସ୍ତାରେ ରେଳ କର୍ମଚାରୀ ଜିତେନ୍ଦ୍ର ରକ୍ସା(୨୮)ଙ୍କ ମୃତଦେହ ମିଳିଥିଲା।