-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
03-Mar-2021
ସମ୍ବଲପୁର (ସଂଜୀବ କୁମାର ପାଣିଗ୍ରାହୀ) :ସାମ୍ନାକୁ ଆସିଲା ଟ୍ରେନ୍ ଦୁର୍ଘଟଣା ସିସିଟିଭି ଭିଜୁଆଲ୍ । କେମିତି ଟିକିଏ ଅସାବଧାନତାରୁ ଚାଲିଗଲା ଯୁବକଙ୍କ ଜୀବନ । ସମ୍ବଲପୁର ଫାଟକ ରୋଡ୍ ଷ୍ଟେସନ ଅଂଚଳରେ ଘଟିଥିଲା ଏହି ଦୁର୍ଘଟଣା । ଦୁର୍ଘଟଣାଟି ୨୮ ଫେବୃଆରୀ ସନ୍ଧ୍ୟା ସମୟରେ ଘଟିଥିଲା । ହେଲେ ଏବେ ଏହି ଦୁର୍ଘଟଣାର ସିସିଟିଭି ଭିଜୁଆଲ ସାମ୍ନାକୁ ଆସିଛି ।
ଯୁବକ ଜଣଙ୍କ ଆଗପଛ ବିଚାର ନକରି ଟ୍ରେନ୍ ଆସୁଥିବା ସମୟରେ ରେଳ ଧାରଣା ପାର ହେଉଥିଲେ । ଏହି ସମୟରେ ତାଙ୍କ ପାଖରେ ୭ ରୁ ୮ଜଣ ବ୍ୟକ୍ତି ଛିଡା ହୋଇଥିଲେ । ହେଲେ ଦୁର୍ଘଟଣା ପରେ ଭୟରେ ସମସ୍ତେ ଦୌଡି ପଳାଉଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି ।