-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
07-Oct-2026
ବିନିକା(ହିମାଂଶୁ ଶେଖର ପୁଟେଲ)ତୁଳସୀ ଯେଉଁଠି ଥିଲେ ବି ମହମହ ବାସ୍ନା ଦେଇଥାଏ।ଠିକ ସେହିପରି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ଫୁଲମୁଠି ଗ୍ରାମର ଓଡ଼ିଆ ଶିଳ୍ପୀ ଅଶୋକ ମହାକୁଡ ସମସ୍ତଙ୍କ ମନ ଛୁଇଁଲା ଭଳିଆ ସୃଜନଶୀଳ ଚିତ୍ର ଆଙ୍କି ସୁଦୂର ରାଜସ୍ଥାନରେ କମାଲ ଦେଖାଇଥିବାରୁ ତାଙ୍କୁ ଲଳିତ କଳା ଏକାଡେମୀ ଏବଂ ଅନ୍ତରଙ୍ଗ କଳା ଓ ଶିକ୍ଷା ସଂସ୍ଥାନ ଦ୍ୱାରା ରାଷ୍ଟ୍ରୀୟ ଯୁବ କଳାରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି।ଯାହା ଫଳରେ ଏଠାରେ ଖୁସିର ଲହରୀ ଖେଳିଯାଇଛି।ସୂଚନା ଯୋଗ୍ୟ ଯେ ରାଜସ୍ଥାନର ଟୋଙ୍କଠାରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ଅଶୋକ ସମ୍ମାନୀତ ହୋଇଥିଲେ।ଏହି ଅବସରରେ ଆୟୋଜିତ ୩ ଦିନିଆ ଏକ ଚିତ୍ର ଶିବିରରେ ଅଶୋକଙ୍କ ସୃଜନଶୀଳ ଚିତ୍ର ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।ଉକ୍ତ ଶିବିରରେ ରୁଷିଆ, ନେପାଳ ଓ ଭାରତର ବିଭିନ୍ନ ରାଜ୍ୟରୁ ୨୫୦ ଚିତ୍ରକର ଯୋଗ ଦେଇଥିଲେ।ଅଶୋକ ଧଉଳି ଚାରୁକଳା ମହାବିଦ୍ୟାଳୟର ପୂର୍ବତନ ଛାତ୍ର।ଏହି ସମ୍ମାନ ପାଇଁ ଧଉଳି ଚାରୁକଳା ମହାବିଦ୍ୟାଳୟର ସମ୍ପାଦକ ରବିଶଙ୍କର ଦାସ,ଅଧ୍ୟକ୍ଷ ତଥା ଚିତ୍ରଶିଳ୍ପୀ ଡ.ପଞ୍ଚାନନ ସାମଲ,ଅଧ୍ୟାପକ ଭୂପତି ଭୂଷଣ ପଣ୍ଡା,ଚନ୍ଦନ କୁମାର ସାମଲ ଓ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଅଶୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।ଅଶୋକ ମହାକୁଡ଼ ଏବେ ନୂଆ ଦିଲ୍ଲୀରେ ରହି ନିଜ କଳା ଅଭ୍ୟାସ ଜାରି ରଖିଛନ୍ତି।ସେହିପରି ଗତ ଏପ୍ରିଲ ହରିଦ୍ୱାର ଠାରେ ବରାହୀ କ୍ରିଏସନ ଦ୍ୱାରା କଳାଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା ।