-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
01-Mar-2021
ବୌଦ୍ଧ(ପ୍ରେରଣା ଖବର): ପୁଣି ଭାଇ ଭଗାରି ହେଲା ଭଗାରି। ଦୁଇ ବଡ଼ ଭାଇ ମିଶି ସାନ ଭାଇକୁ ହତ୍ୟା କରିବା ଭଳି ଜଘନ୍ୟ କାଣ୍ଡ ଘଟିଛି। ରବିବାର ରାତିରେ ବାଉଁଶୁଣୀ ଥାନା ଗୋଛାପଡା ଗ୍ରାମପଞ୍ଚାୟତର ମଲିକପଡ଼ା ଗ୍ରାମରେ ପାରିବାରିକ କଳହକୁ ନେଇ ଏକ ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି। ଦୁଇ ବଡ଼ ଭାଇ ମିଶି ସାନ ଭାଇକୁ ହତ୍ୟା କରିବାପରେ ଘର ଆଗରେ ଏକ ବିଲରେ କିରୋସିନି ଢାଳି ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ବାଉଁଶୁଣୀ ଥାନା ଗୋଛାପଡ଼ା ଗ୍ରାମପଞ୍ଚାୟତ ମଲିକପଡ଼ା ଗ୍ରାମର ସନ୍ତୋଷ ଜାନୀ (୩୨) ଓ ବଡ଼ ଭାଇ ସାର୍ତିକ ଜାନୀ (୪୦), ମଝିଆଁ ଭାଇ ପ୍ରଶାନ୍ତ ଜାନୀ (୩୬)ଙ୍କ ମଧ୍ୟରେ ରବିବାର ସନ୍ଧ୍ୟାରେ ପାରିବାରିକ କଳହକୁ କେନ୍ଦ୍ରକରି ଗଣ୍ଡଗୋଳ ଓ ବଚସା ହୋଇଥିଲା । ଉଭୟ ବଡ଼ ଭାଇ ଓ ମଝିଆଁ ଭାଇ ମିଶି ସାନଭାଇ ସନ୍ତୋଷକୁ ହତ୍ୟା କରିଥିଲେ। ତାପରେ ସନ୍ତୋଷର ଶବକୁ ନେଇ ଘର ସାମ୍ନାରେ ଥିବା ଏକ ବିଲରେ କିରୋସିନି ଢାଳି ପୋଡ଼ି ଦେଇଥିଲେ।ବାଉଁଶୁଣୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦରପୋଡ଼ା ଶବ ଓ ପାଉଁଶ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି। ଏଣେ ହତ୍ୟାକାରୀ ବୋଲି ସନ୍ଦେହ କରାଯାଉଥିବା ବଡ଼ ଭାଇ ଓ ମଝିଆଁ ଭାଇ ଫେରାର ଥିବା ଜଣାପଡ଼ିଛି। ଆଜି ମୃତକଙ୍କ ଶବକୁ ବ୍ୟବଚ୍ଛେଦ କରାଯିବ। ମୃତ ସନ୍ତୋଷ ଆଦିବାସୀ ଯୁବକ ହିସାବରେ ପୁଲିସ ବିଭାଗରେ ପ୍ରଥମେ ଏସ.ପି.ଓ. ଭାବେ ଭର୍ତ୍ତି ହୋଇଥିଲେ ଓ ପରେ କନେଷ୍ଟବଳ ପଦବୀକୁ ପଦୋନ୍ନତି ପାଇ ବୌଦ୍ଧ ରିଜର୍ଭ ପୁଲିସରେ କାର୍ଯ୍ୟରତ ଥିଲେ। ବଡ଼ ଭାଇ ପ୍ରଶାନ୍ତ ଜାନୀ ପୂର୍ବରୁ ଅନ୍ୟ ଏକ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୋଗରେ ଜେଲରେ ଥିଲେ ଓ କିଛିଦିନ ତଳେ ଖଲାସ ହୋଇ ଘରକୁ ଆସିଥିଲେ ବୋଲି ଜଣାପଡ଼ିଛି।