-+91-9937148622 |
prerana_bgr@rediffmail.com |
Thursday 8th October 2026 |
R.N.I. Regd No. ODIODI/2010/46693
Breaking News
08-Oct-2026
ଡୁଙ୍ଗୁରିପାଲି(ଆରବିନ୍ଦ ମିଶ୍ର): ଡୁଙ୍ଗୁରିପାଲି କଲେଜରେ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଏବଂ ଅଧ୍ୟକ୍ଷଙ୍କ ମଧ୍ୟରେ ପାଠପଢାକୁ ନେଇ ଯୁକ୍ତିତର୍କ ପରେ ସମସ୍ତେ ଅଧ୍ୟକ୍ଷଙ୍କ କାଯ୍ୟକଳାପକୁ ନେଇ ଘେରିଥିଲେ । ୧୯୮୪ ମସିହାରେ ପ୍ରତିଷ୍ଠିତ ଏହି ମହାବିଦ୍ୟାଳୟରେ ଆଜି ଶିକ୍ଷାଦାନକୁ ନେଇ ଛାତ୍ରଛାତ୍ରୀମାନେ ତାଚିଥିଲେ । କଲେଜରେ ଯୁକ୍ତ ତିନି ବିଭାଗରେ ଇତିହାସ ବିଭାଗରେ ଶିକ୍ଷାଦାନ ହେଉନଥିବା ଯୋଗୁଁ ଛାତ୍ରଛାତ୍ରୀମାନଙ୍କ ବେକ୍ ପେପର୍ ରହିଯାଉଛି । ପରୀକ୍ଷା ଫଳ ଅନ୍ୟାନ୍ୟ ବିଷୟ ଅପେକ୍ଷା ଫଳ ଖରାପ ହେଉଛି । ପିଲାଙ୍କ ଅଭିଯୋଗ , ଇତିହାସ ବିଭାଗରେ ୨ଜଣ ଅଧ୍ୟାପକ ରହିଛନ୍ତି । ଜଣେ ଅଧ୍ୟାପକ ଓ ଅନ୍ୟଜଣେ ଅଧ୍ୟକ୍ଷ। ଅଧ୍ୟାପକ ଜଣକ ଶିକ୍ଷାଦାନ କରୁଥିବା ବେଳେ ଅଧ୍ୟକ୍ଷ ପାଠ ପଢାଉନଥିବା ଅଭିଯୋଗ କରୁଛନ୍ତି । +୩ ରେ ଚିନୋଟି ଶ୍ରେଣୀ ସହିତ ଅନର୍ସ ପାଠ ଜଣେ ଅଧ୍ୟପକ ପଢାଇବା କଷ୍ଟକର ହେଉଛି । ଅଧ୍ୟକ୍ଷ ଜଣକ ପ୍ରଶାସନିକ କାମ କରୁଥିବାରୁ ସେ ପାଠ ପଢାଇବାକୁ ମନା କରୁଛନ୍ତି । ଅନ୍ୟ ପକ୍ଷରେ ଶିକ୍ଷାଦାନ ନ ହେଲେ ପିଲାମାମନଙ୍କ ଶତକାଡା ୭୪ ୭୫ ଭାଗ ଉପସ୍ଥାନ ନ ହେଲେ ପରୀକ୍ଷା ଦେବାରୁ ବାଦ ପଢିବେ। ଏଣୁ ଅଧ୍ୟକ୍ଷଙ୍କୁ ଶିକ୍ଷାଦାନ ପାଇଁ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକମାନେ ଅନୁରୋଧ କରିଥିଲେ ମଧ୍ଯ ଶୁଣି ନଥିଲେ । ଆଜି ଦିନ ୧୧ଟା ପାଖାପାଖୂ ଶଚାଧୁକ ଛାତ୍ରଛାତ୍ରୀ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ପହଂଚି ପାଠପଢାଇବାକୁ ଜିଦ୍ ଧରିଥିଲେ । ଚାଙ୍କୁ ସହ ଯୋଗ କରିଥିଲେ ଅଧ୍ୟାପକ ଏବଂ ଅଧ୍ୟାପିକାମାନେ । ଏଥିରେ ଅଧ୍ଯକ୍ଷ ତାଙ୍କୁ ନିର୍ଦ୍ଦେଶ ଦେବାକୁ କିଏ କହି କାର୍ଯ୍ୟାନୁଷ୍ଠାନର ଧମକ ମଧ୍ୟ ଦେଇଥିଲେ । ଘନଶ୍ୟାମ ମେହେର ପହଂଚି ଆଲୋଚନା କରିଥିଲେ । ଏହି ଖବର ପାଇ ଆଲୁମିନି ସଂଘ ସମ୍ପାଦକ ରତ୍ନାକର ସେଠ, ପୁରୁଣା ଛାତ୍ର ଘନଶ୍ୟାମ ମେହେର ପହଁଚି ଆଲୋଚନା କରିଥିଲେ l ଅତୀତରେ କଲେଜରେ ଛାତ୍ରମାନଙ୍କ ସ୍ବାର୍ଥ ଦୃଷ୍ଟିରୁ ରୁ ଅଧ୍ଯକ୍ଷମାନେ ପାଠ ପଢାଉଥୁବା ଶ୍ରୀସେଠ କହିଥିଲେ । ଏଣୁ କୌଣସି ଆକ୍ଷେପ ଆରୋପ ନ କରି କଲେଜ ଏବଂ ଛାତ୍ରଛାତ୍ରୀ ମାନଙ୍କ ବୃହତ୍ତର ସ୍ବାଥ ସ୍ବାର୍ଥ ଦୃଷ୍ଟିରୁ ସାମର୍ଥ୍ୟ ଅନୁସାରେ ଅଧ୍ୟକ୍ଷଙ୍କୁ ଶିକ୍ଷାଦାନରେ ସହ ଯୋଗ କରିବାକୁ ଅନୁରୋଧ କରାଯାଇଥିଲା । ଶେଷରେ ଛାତ୍ରଛାତ୍ରୀମାନଙ୍କ ଦାବୀ ଆଗରେ ଅଧ୍ଯକ୍ଷ ପାଠ ପଢାଇବାକୁ ରାଜି ହୋଇଥିଲେ । ଯଦି ଅଧ୍ଯକ୍ଷ
ପରବର୍ତ୍ତୀ ସମୟରେ ପାଠ ନ ପଢାନ୍ତି ତେବେ ଆଲୁମିନି ସଂଘ ଏବଂ ଛାତ୍ରଛାତ୍ରୀମାନେ ଉଭୟେ ଜିଲ୍ଲାପାଳ ଏବଂ କଲେଜ ପରିଚାଳନାର ସଭାପତି ଉପ ଉପଜିଲ୍ଲାପାଳଙ୍କୁ ଜଣାଇବେ ବୋଲି ମଧ୍ୟ ଆଲୋଚନା ହୋଇଥିଲେ । ଅଧ୍ଯକ୍ଷଙ୍କ ପ୍ରତିଶୃତି ପରେ ଛାତ୍ରଛାତ୍ରୀ ମାନେ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରୁ ନିଜ ନିଜର ଶ୍ରେଣୀକୁ ଫେରି ଯାଇଥିଲେ । ଲକ୍ଷାଧୁକ ଟଙ୍କାର ଦରମା ନେଇ ଛାତ୍ରମାନଙ୍କୁ ପାଠ ନପଢାଇବା, ପ୍ରଶାସନିକ କାମର ବାହାନା ଦେଖାଇ ଖସିଯିବା ଉପରେ ଉଚ୍ଚକରୂପକ୍ଷ ଦୃଷ୍ଟି ଦେବାକୁ ଦାବୀ ହେଉଛି ।