-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
01-Mar-2021
ଲାଙ୍ଗିର(ସନ୍ତୋଷ କୁମାର ଠାକୁର) : ବଲାଙ୍ଗିର ପୋଲିସ ହାବୁଡ଼ରେ ୨ ଆନ୍ତଃରାଜ୍ୟ ଏଟିଏମ ଲୁଟେରା । ଗିରଫ ଅଭିଯୁକ୍ତମାନେ ହେଲେ ଉତ୍ତରପ୍ରଦେଶର ସତ୍ୟମ ସିଂ ପରିହାର ଓ ଅଜୟ କୁମାର । ସେମାନଙ୍କ ନିକଟରୁ ଦେଢ଼ଲକ୍ଷ ନଗଦ ଟଙ୍କା ସହ ୨୦ଟି ବିଭିନ୍ନ ବ୍ୟାଙ୍କର ଏଟିଏମ, ୨ଟି ମୋବାଇଲ ଓ ବିଭିନ୍ନ କାଗଜପତ୍ର ଜବତ କରାଯାଇଛି ।
ଭୁବନେଶ୍ୱରର ଟ୍ରାଂଜେକସନ ସଲ୍ୟୁସନ ଇଂଟରନ୍ୟାସନାଲ ଇଣ୍ଡିଆ ପକ୍ଷରୁ ବଲାଙ୍ଗିର ଠିକାଦାର ପଡାର ନିର୍ମଳ କୁମାର ସାମଲ ଟାଉନ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ତଦନ୍ତ ଆରମ୍ଭ କରିବା ସହ ଠିକାଦାର ପଡା ଏଟିଏମ କାଉଂଟରରେ ଉଭୟ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।