-+91-9937148622 |
prerana_bgr@rediffmail.com |
Thursday 8th October 2026 |
R.N.I. Regd No. ODIODI/2010/46693
Breaking News
08-Oct-2026
ଟିଟିଲାଗଡ଼(ପ୍ରେରଣା ଖବର(: ଅକ୍ଟୋବର ୮ ତାରିଖ ହେଉଛି ବିଶ୍ୱ ଦୃଷ୍ଟି ଦିବସ। ଏହି ଅବସରରେ ଟିଟିଲାଗଡ଼ ସ୍ଥିତ ଏସ୍.ସି.ଡି ଚକ୍ଷୁ ଚିକିତ୍ସାଳୟ ଓ ଲାୟନ୍ସ କ୍ଲବର ମିଳିତ ଆନୁକୂଲ୍ୟରେ ‘ବିଶ୍ୱ ଦୃଷ୍ଟି ଦିବସ-୨୦୨୬’ ପାଳିତ ହୋଇଯାଇଛି।
ଏହି ଅବସରରେ ଜନସାଧାରଣଙ୍କ ମଧ୍ୟରେ ଚକ୍ଷୁ ଯତ୍ନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ବିଶାଳ ଜନ ସଚେତନତା ରାଲିର ଆୟୋଜନ କରାଯାଇଥିଲା।
"ଆପଣଙ୍କ ଆଖିକୁ ଭଲ ପାଆନ୍ତୁ, ଉଜ୍ଜ୍ୱଳ ଭବିଷ୍ୟତ ଦେଖନ୍ତୁ" ବାର୍ତ୍ତାକୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲାୟନ୍ସ କ୍ଲବ ସମ୍ପାଦକ ଆବାସ ଖାଁ, କୋଷାଧକ୍ଷ ଶ୍ରୀରାମ ଅଗ୍ରୱାଲ, କ୍ଲବର ମାର୍କେଟିଙ୍ଗ ଚେୟାରପର୍ସନ ଲାୟନ ସଞ୍ଜୟ କୁମାର ନାୟକ, ଲାୟନ୍ ଦୀପକ ପ୍ରୁଷ୍ଟି,ଅଜିତ ପାତ୍ର, ଏସସିଡି ଚକ୍ଷୁ ଚିକିତ୍ସାଳୟର ପରିଚାଳକ ଶ୍ରୀ ଅମିତାଭ ବେହେରା, ସମ୍ପାଦକ ଜ୍ୟୋତି ରଞ୍ଜନ ପାଇକ, ବୋର୍ଡ ସଦସ୍ୟ ସାମୁଏଲ ନାଗ ଓ ପ୍ରଦୀପ ଛତ୍ରିଆ, ସି ଏନ୍ ଆଇ ଚର୍ଚ୍ଚର ସମ୍ପାଦକ ଜନସନ ବିହାରୀ ଏବଂ ଅନ୍ୟମାନେ ଅଂଶଗ୍ରହଣ କରିଥିଲେ।
ସୂଚନାଯୋଗ୍ୟ ଯେ, ଏହି କାର୍ଯ୍ୟକ୍ରମକୁ ଲାୟନ୍ସ କ୍ଲବ ଏବଂ ସି.ଏନ୍.ଆଇ.ଚର୍ଚ୍ଚ ପକ୍ଷରୁ ସମ୍ପୂର୍ଣ୍ଣ ସହଯୋଗ ପ୍ରଦାନ କରାଯାଇଛି। ସମାଜରେ ଅନ୍ଧତ୍ୱ ନିବାରଣ ତଥା ନିୟମିତ ଆଖି ପରୀକ୍ଷା କରାଇବାର ଗୁରୁତ୍ୱ ସମ୍ପର୍କରେ ଲୋକଙ୍କୁ ବୁଝାଇବା ଏହି ରାଲିର ମୁଖ୍ୟ ଉଦ୍ଦେଶ୍ୟ ଥିଲା।