-+91-9937148622 |
prerana_bgr@rediffmail.com |
Thursday 8th October 2026 |
R.N.I. Regd No. ODIODI/2010/46693
Breaking News
01-Mar-2021
ବଲାଙ୍ଗିର (ପ୍ରେରଣା ଖବର) ବଲାଙ୍ଗୀର ଜାତୀୟ ରାଜପଥ ୨୬ ନମ୍ବର ବରଗାଁ ଲାଂଥ ନନ୍ଦୀ ନିକଟରେ ବସ ଧକ୍କା ରେ ଜଣେ ଶିକ୍ଷକ ମୃତ୍ୟୁ ହୋଇଛି। ମୃତ୍ୟୁକୁ ନେଇ ସ୍ଥାନୀୟ ଲୋକ ମୃତ ଶିକ୍ଷକଙ୍କ ଶବକୁ ରଖି ଏନଏଚ ୨୬ ବରଗାଁ ରାସ୍ତା କୁ ଅବରୋଧ କରିଛନ୍ତି l ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଛି l ଘଟଣା ସ୍ଥଳରେ ୨ ପ୍ଳାଟୁନ ପୋଲିସ ଫୋର୍ସ ମୁତୟନ l ଜାତୀୟରାଜପଥ ଅବରୋଧ ଫଳରେ ଗମନାଗମନ ଥପ ହୋଇଚି l ଗଟନା ସ୍ଥଳରେ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାବୁଝି କରୁଚି l ସଇଁତଳା ତହସିଲଦାର ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି l ବେଲଗାଁ ଫାଣ୍ଡି ତରାସିହା ଗାଁର ଶିକ୍ଷକ ଲବ ବେହେରା ପାଟଣାଗଡ଼ ଆଦର୍ଶ ବିଦ୍ୟାଳୟରେ ଶିକ୍ଷକ ଥିବା ବେଳେ ସ୍କୁଲକୁ ଯାଉଥିଲେ l ହଠାତ ଦ୍ରୁତ ଗତିରେ ଆସୁଥିବା ସରକାରୀ ବସ ବରଗାଁ ବ୍ରିଜ ନିକଟରେ ମୁହମୁହିଁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ କୁ ଖବର ଦେଇଥିଲେ ।ଖବର ପାଇବାରେ ଆମ୍ବୁଲାନ୍ସ ଯୋଗ୍ୟ ତାଙ୍କୁ ଡାକ୍ତରଖାନା ନେବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା।ତେବେ ଖବର ପ୍ରସାରିତ ହେବା ପରେ ଶିକ୍ଷକ ଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି।