-+91-9937148622 |
prerana_bgr@rediffmail.com |
Thursday 8th October 2026 |
R.N.I. Regd No. ODIODI/2010/46693
Breaking News
08-Oct-2026
କଣ୍ଟାମାଳ(ଜୟ କୁମାର ମହାରଣା): ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ୧୨ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ପରିପ୍ରେକ୍ଷୀରେ ଓ ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି ର ସମର୍ଥନ କ୍ରମେ ଆଜି କଣ୍ଟାମାଳ ବ୍ଲକ ଅଞ୍ଚଳରେ ବନ୍ଦକୁ ସମ୍ପୂର୍ଣ୍ଣ ସଫଳତା ମିଳିଛି l କଣ୍ଟାମାଳ ବରିଷ୍ଠ କଂଗ୍ରେସ ନେତା ପ୍ରଶାନ୍ତ ସାହୁଙ୍କ ନେତୃତ୍ୱରେ ଆଜି ସକାଳ ୬ଘଣ୍ଟା ଠାରୁ ୧୨ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା l କଣ୍ଟାମାଳ କଂଗ୍ରେସ କାର୍ଯ୍ୟକର୍ତ୍ତା ମାନେ ପିକେଟିଂ କରି କଣ୍ଟାମାଳ ରେ ଯାନବାହାନ
ଚଳାଚଳ ସହ ସ୍କୁଲ, କଲେଜ, ଦୋକାନ ବଜାର, ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, କୋର୍ଟ, ପେଟ୍ରୋଲ ପମ୍ପ ଆଦି ବନ୍ଦ କରିଥିଲେ । ବନ୍ଦ ଯୋଗୁଁ ସାଧାରଣ ଜୀବନଯାତ୍ରା ସମ୍ପୂର୍ଣ୍ଣ ଠପ ହୋଇଯାଇଛି l ଏମ ଏମ ଡି ଆର ସଂଶୋଧିତ ଅଧିନିୟମ ରଦ୍ଦ କରିବା, ସିଇ ସି ଜ୍ଞାନେଶ କୁମାର ଙ୍କ ବହିଷ୍କାର ଓ ଗିରଫଦାରୀ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ଇସ୍ତଫା ଦାବି ଏବଂ ବନ୍ୟା ବିପନ୍ନଙ୍କ ପ୍ରତି ସରକାରୀ ଉଦାସୀନତା ଆଦି ପ୍ରମୁଖ ମୁଦ୍ଦା କୁ ନେଇ ଆଜି ସକାଳେ କଂଗ୍ରେସ କର୍ମୀ ଓ କର୍ମକର୍ତ୍ତା ମାନଙ୍କ ପକ୍ଷରୁ ବ୍ଲକ ଓ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଵିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । କେତେକ ସ୍କୁଲରେ ଛାତ୍ରଛାତ୍ରୀଙ୍କ ଚାଲିଥିବା ପରୀକ୍ଷା ବନ୍ଦ ଯୋଗୁଁ ବାତିଲ ହୋଇଥିଲା। କଣ୍ଟାମାଳ ବ୍ଲକର ଖୁଣ୍ଟିଗୋରା, ଅମ୍ବଗାଁ, କଣ୍ଟାମାଳ, ପଲସାଗୋରା, ଖଟଖଟିଆ, ମନମୁଣ୍ଡା ଆଦି ସ୍ଥାନରେ ସମ୍ପୂର୍ଣ୍ଣ ବନ୍ଦ
ଥିବାବେଳେ ଘଣ୍ଟାପଡା ରେ ବନ୍ଦର ଆଂଶିକ ପ୍ରଭାବ ଦେଖିବାକୁ ମିଳିଥିଲା l ଏହି ବନ୍ଦ ପାଳନରେ ସୁଶାନ୍ତ କୁମାର ମଲ୍ଲିକ, ସରୋଜ ସାହୁ, ନିତ୍ୟାନନ୍ଦ କର୍ମୀ, ସୁକ ମଙ୍ଗରାଜ, ମୁକେଶ ଖଟୁଆ, ଗୋବର୍ଦ୍ଧନ ରଣା, ହୃଦାନନ୍ଦ କହଁର, ଗୋପ ରଣା, ଉଗ୍ରେସନ ପଟ୍ଟନାୟକ, ନିବାସ ବାରିକ, ମକୁନ୍ଦ ନାୟକ ଓ କେଶବ ଖେତିଙ୍କ ସମେତ କଣ୍ଟାମାଳ ବ୍ଲକ୍ ଅଞ୍ଚଳର ବହୁ ସଂଖ୍ୟକ କଂଗ୍ରେସ କର୍ମୀ ଉପସ୍ଥିତ ରହିଥିଲେ। ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଭୟାବାହ କରାଯିବ ବୋଲି କଂଗ୍ରେସ ପକ୍ଷରୁ ଚେତାବନୀ ଦେଇଛନ୍ତି।