-+91-9937148622 |
prerana_bgr@rediffmail.com |
Thursday 8th October 2026 |
R.N.I. Regd No. ODIODI/2010/46693
Breaking News
08-Oct-2026
ସୁନ୍ଦରଗଡ଼(କାଞ୍ଚନପ୍ରଭା ନନ୍ଦ): ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନକୁ ଅଧିକ ଗତିଶୀଳ ଓ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ କରିବା ଉଦ୍ଦେଶ୍ୟରେ ଆଜି ସ୍ଥାନୀୟ ସଦ୍ଭାବନା ଭବନଠାରେ JOSH Teamର ଜିଲ୍ଲାସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ ସହ ଅନୁଷ୍ଠିତ ହୋଇଥିଲା। ଦେଶର ୧୧ ଟି ରାଜ୍ୟ ଏବଂ ୫୫ ଟି ଜିଲ୍ଲାରେ ଏହା ପରୀକ୍ଷାମୂଳକ ଭାବେ କାର୍ଯ୍ୟକାରୀ ହେବ ।
କାର୍ଯ୍ୟକ୍ରମରେ ଟିବି ରୋଗର ନିରାକରଣ, ପ୍ରାରମ୍ଭିକ ଚିହ୍ନଟ, ନିୟମିତ ଚିକିତ୍ସା, ପୋଷଣ ଓ ଟିବି ସମ୍ପର୍କିତ ସଚେତନତା ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଥିଲା। ବିଶେଷକରି ଯୁବପିଢ଼ିଙ୍କୁ ଟିବି ନିରାକରଣ ଅଭିଯାନରେ ସକ୍ରିୟ ଭାବେ ସାମିଲ କରି ସମୁଦାୟ ସ୍ତରରେ ସଚେତନତା ଓ ଜନଭାଗିଦାରୀ ବୃଦ୍ଧି କରିବା ଉପରେ ଆଲୋଚନା ହୋଇଥିଲା।
JOSH Team ମାଧ୍ୟମରେ ଯୁବଶକ୍ତି, ସ୍ୱାସ୍ଥ୍ୟକର୍ମୀ, ସ୍ୱେଚ୍ଛାସେବୀ ଓ ସମୁଦାୟର ମିଳିତ ପ୍ରୟାସକୁ ସୁଦୃଢ଼ କରି ଟିବି ବିରୋଧରେ ଏକ ବ୍ୟାପକ ଜନଆନ୍ଦୋଳନ ସୃଷ୍ଟି କରିବାର ଲକ୍ଷ୍ୟ ରହିଛି। ସମସ୍ତଙ୍କର ସକ୍ରିୟ ସହଯୋଗ ଓ ଜନଭାଗିଦାରୀ ମାଧ୍ୟମରେ ସାରା ଦେଶ କୁ ଟିବି ମୁକ୍ତ କରିବା ଦିଗରେ JOSH Team ଏକ ଦୃଢ଼ ପଦକ୍ଷେପ ବୋଲି କୁହାଯାଇଛି।
ଏହି ଅବସରରେ ଟିବି ମୁକ୍ତ ସୁନ୍ଦରଗଡ଼ ପାଇଁ ଯୁବପିଢ଼ି, ସ୍ୱାସ୍ଥ୍ୟକର୍ମୀ, ସ୍ୱେଚ୍ଛାସେବୀ ସଂଗଠନ, ଏନ୍ ସି ସି କ୍ୟାଡେଟ ଙ୍କୁ ଟି.ବି. ମୁକ୍ତ ଭାରତ ଅଭିଯାନରେ ଯୋଡି ହୋଇଛି ଏହାର ନୂତନ ଆପ ଡାଉନଲୋଡ଼ କରି
ଜିଲ୍ଲାରେ ଯକ୍ଷ୍ମା ରୋଗୀ ଚି଼ହ୍ନଟ କରିବା ଏବଂ ସକ୍ରିୟ ଭାବେ ସାମିଲ ହୋଇ ଜିଲ୍ଲାକୁ ମଧ୍ୟ ଟି.ବି. ମୁକ୍ତ ଜିଲ୍ଲା କରିବାର ଆହ୍ୱାନ ଦିଆ ଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୂରଜ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସି ଡି ଏମ ଓ, ଡି ପି ଏଚ୍ ଓ,, ଡି ପି ଏମ, ଏନ ଏଚ୍ ଏମ, ତଥା ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ଅଧିକାରୀ ଓ କର୍ମଚାରୀ, ଏନ ସି ସି କ୍ୟାଡେଟ୍, ମାଇ ଭାରତ ସ୍ୱେଚ୍ଛାସେବୀ ଏବଂ ଆଶା କର୍ମୀମାନେ ଯୋଗଦେଇଥିଲେ।