-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
01-Mar-2021
ଭଞ୍ଜନଗର,(ପ୍ରେରଣା ଖବର ବ୍ୟୁରୋ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବେଲଗୁଣ୍ଠା ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ଅଟୋ ଓଲଟି ପଡିବାରୁ ଜଣେ ପ୍ରାଣ ହରାଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି ।
ସୂଚନା ଅନୁସାରେ, ଏକ ଅଟୋରେ କିଛି ଯାତ୍ରୀ କବିସୂର୍ଯ୍ୟନଗରରୁ ଜଗନ୍ନାଥପ୍ରସାଦର ସିଙ୍ଗିପୁର ଅଭିମୁଖେ ଆସୁଥିଲେ । ତେବେ ବେଲଗୁଣ୍ଠା ଚଢିଆପଲ୍ଲୀ ଗାଁରେ ଡ୍ରାଇଭର ଅଟୋ ଉପରୁ ଭାରସାମ୍ୟ ହରାଇଥିଲେ । ଫଳରେ ଅଟୋଟି ଓଲଟି ପଡିଥିଲା । ଏଥିର ଥିବା ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ୩ଜଣ ଗୁରୁତର ହୋଇଛନ୍ତି ।
ମୃତକଜଣଙ୍କ ହେଲେ ଯୋଗୀ ସ୍ୱାଇଁ । ତେବେ ସମସ୍ତ ଗୁରୁତରଙ୍କୁ ଭଞ୍ଜନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।