-+91-9937148622 |
prerana_bgr@rediffmail.com |
Wednesday 14th October 2026 |
R.N.I. Regd No. ODIODI/2010/46693
Breaking News
24-Feb-2021
ଲୋଇସିଂହା, (ବିନୋଦ କୁମାର ଦୀପ): ଲୋଇସିଂହାକୁ ବିଜ୍ଞାପିତ ଅଂଚଳ ପରିଷଦ (ଏନ.ଏ. ସି) ମାନ୍ୟତା ପ୍ରଦାନ ଦାବୀରେ ଆନ୍ଦୋଳନ ତେଜିଲା l ଲୋଇସିଂହା ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଲୋଇସିଂହାର ସମସ୍ତ ରାଜନୈତିକ ଦଳ ସହିତ ବିଭିନ୍ନ ସାମାଜିକ ଅନୁଷ୍ଠାନର କର୍ମକର୍ତା ମାନେ ଆଜିଠାରୁ ବ୍ଲକ ସମୁଖରେ ଲୋଇସିଂହାକୁ ଏନ.ଏ. ସି ମାନ୍ୟତା ଦାବିରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି l ପ୍ରକାଶ ଥାଉ କି ଦୀର୍ଘ ବର୍ଷ ହେଲା ଜନଗଣନା ଆଧାରରେ ଲୋଇସିଂହା ସହରାଞ୍ଚଳ ମାନ୍ୟତା ପାଇସାରିଛି, ଲୋଇସିଂହା ଅଞ୍ଚଳବାସୀ ଦୀର୍ଘଦିନ ହେଲା (ଏନ. ଏ. ସି) ପାଇଁ ଦାବୀ କରି ଆସୁଛନ୍ତି l ବିଗତ ଦିନ ମାନଙ୍କରେ ସରକାର ଲୋଇସିଂହା ପୌରାଞ୍ଚଳ ହେବବୋଲି ଘୋଷଣା ମଧ୍ୟ କରି ଆସୁଛନ୍ତି ହେଲେ ବର୍ତମାନ ସୁଦ୍ଧା ମାନ୍ୟତା ଦେଇନାହାନ୍ତି l ତେଣୁ ମାନ୍ୟତା ପାଇଁ ସରକାରୀ କାର୍ଯ୍ୟପନ୍ଥା କେତେଦୂର ଗଲା ଏହାର ଏକ ସ୍ପଷ୍ଟୀକରଣ ଦେବାପାଇଁ ଲୋଇସିଂହା ଆଞ୍ଚଳିକ ବିକାଶ ପରିଷଦ ଫେବୃଆରୀ 17 ତାରିଖରେ ଜିଲ୍ଲା ପ୍ରଶାସନକୁ ଜଣାଇଥିଲା ଏବଂ 7 ଦିନର ମହଲତ ମଧ୍ୟ ଦେଇଥିଲା l ତେବେ ଏହି 7 ଦିନ ମଧ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ଉତ୍ତର ନ ଆସିବାରୁ ଆଜିଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଲୋଇସିଂହା ତଥା ଆଖପାଖ ଗ୍ରାମର ବହୁ ଅନୁଷ୍ଠାନ ଧାରଣାରେ ବସିଥିବା ଆଞ୍ଚଳିକ ବିକାଶ ପରିଷଦ ତରଫରୁ ସୂଚନା ଦିଆଯାଇଛି l