-+91-9937148622 |
prerana_bgr@rediffmail.com |
Wednesday 14th October 2026 |
R.N.I. Regd No. ODIODI/2010/46693
Breaking News
24-Feb-2021
କଣ୍ଟାବାଞ୍ଜି (ପ୍ରେରଣା ଖବର) : ତୁରେକେଲା ବ୍ଳକ ଅନ୍ତର୍ଗତ ହିଁଆଲ କ୍ଳଷ୍ଟର ସ୍ତରୀୟ ଏକ ଦିବସୀୟ ବିଜ୍ଞାନ ମେଳା ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ହିଁଆଲ ଠାରେ ଅନୁଷ୍ଠିତ ହୋଇଯାଇଛି।ପ୍ରାଥମିକ ବିଦ୍ୟାଳୟ ରୁ ଯୁକ୍ତ ଦୁଇ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ବିଦ୍ୟାଳୟ ରୁ ୨୦ଗୋଟି ପ୍ରକଳ୍ପ କୁନି ବୈଜ୍ଞାନିକ ମାନେ ଆଣି ସୁନ୍ଦର ଭାବେ ଉପସ୍ଥାପନା କରିଥିଲେ।ପ୍ରକଳ୍ପ ଗୁଡ଼ିକ ସ୍ୱାସ୍ଥ୍ୟ ଓ ପରିଛନ୍ନତା, ଐତିହ ଉନ୍ନତି, ଗାଣିତିକ ନମୁନା,ସଫ୍ଟଓୟାର ଓ ଇକୋ ଫ୍ରେଣ୍ଡଲି ବିଷୟବସ୍ତୁ ଉପରେ ଆଧାରିତ ଥିଲା।ପ୍ରକଳ୍ପ ଗୁଡିକୁ ବିଚାରପତି ଭାବରେ ଶିକ୍ଷକ ନିରଞ୍ଜନ ସାହୁ,ଅବିନାଶ କୁମାର ମାଝୀ ଓ ଅବନୀ କୁମାର ବିଶି ମୂଲ୍ୟାୟନ କରିଥିଲେ।ବ୍ଳକ ସ୍ତରୀୟ ବିଜ୍ଞାନ ମେଳାରେ ଭାଗ ନେବାକୁ ପାଞ୍ଚ ଗୋଟି ପ୍ରକଳ୍ପକୁ ଚୟନ କରିଥିଲେ।ଏହି ମେଳାକୁ ସଫଳ କରିବା ପାଇଁ ରାଜ କିଶୋର ମେହେର, ସି.ଆର.ସି.ସି,ପ୍ରକୃତିବନ୍ଧୁ ବିରଞ୍ଚି ନାରାୟଣ ଦାଶ,ଅମରେନ୍ଦ୍ର ବାଗ,ରଜେନ୍ଦ୍ର ଦୋରା,ଶମ୍ଭୁ ପ୍ରସାଦ ବିଶି,ବାବୁଲାଲ ନାୟକ, ସନ୍ତୋଷ ସୁନା,ରୀନି ସାହୁ, ମମତା ପଣ୍ଡା, ଯଶୋବନ୍ତୀ ମାଝୀ, ସଚିନ ସେଠ,ଶ୍ୱେତା ବାଗ,ବର୍ଷାରାଣୀ ମିଶ୍ର, ରାମ ପ୍ରସାଦ ବାଗ,କୃଷ୍ଣଚନ୍ଦ୍ର ପଣ୍ଡା, ଦୀପ୍ତିବାଳା ବେହେରା, ରେଣୂକା ମହାନନ୍ଦ, ପ୍ରଭାସିନୀ ସାହୁଆଦି ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।