-+91-9937148622 |
prerana_bgr@rediffmail.com |
Friday 16th October 2026 |
R.N.I. Regd No. ODIODI/2010/46693
Breaking News
23-Feb-2021
ନୂଆଦିଲ୍ଲୀ(ପ୍ରେରଣା ଖବର ବ୍ୟୁରୋ) : ହ୍ୱାଟ୍ସଆପର ନୂଆ ପ୍ରାଇଭେସି ପଲିସୀକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି। ନୂଆ ପ୍ରାଇଭେସି ପଲିସୀ ଅନୁସାରେ ୟୁଜର୍ସ ଯଦି ସର୍ତ୍ତ ନ ମାନନ୍ତି ତାହେଲେ ୟୁଜର୍ସଙ୍କ ଆକାଉଣ୍ଟ ବନ୍ଦ କରିଦିଆଯିବ। ଏହି ସର୍ତ୍ତ ସ୍ୱୀକାର କରିବା ପରେ ୟୁଜର୍ସ ପୁଣିଥରେ ପୂର୍ବ ଭଳି ହ୍ୱାଟ୍ସଆପ ବ୍ୟବହାର କରିପାରିବେ। ହ୍ୱାଟ୍ସଆପ୍ ଏହି ନୂଆ ପ୍ରାଇଭେସି ପଲିସୀକୁ ମେ’ ୧୫ ତାରିଖ ଯାଏଁ ସ୍ଥଗିତ ରଖିଛି।
ଏକ ରିପୋର୍ଟ ଅନୁଯାୟୀ, ପ୍ରାଇଭେସି ପଲିସୀ ଅନୁଯାୟୀ ୟୁଜର୍ସ ସର୍ତ୍ତ ନ ମାନିଲେ ତାଙ୍କ ଆକାଉଣ୍ଟ ଡିଆକ୍ଟିଭେଟ କରିଦିଆଯିବ ଏବଂ ଡିଆକ୍ଟିଭେଟ ଲିଷ୍ଟରେ ପକାଇ ଦିଆଯିବ। ଏହିସବୁ ଆକାଉଣ୍ଟକୁ ୧୨୦ ଦିନ ପରେ ହଟାଇ ଦିଆଯାଇପାରେ। କଲ୍ ଓ ନୋଟିଫିକେସନ୍ କିଛି ଦିନ ଯାଏଁ କାମ କରିବ କିନ୍ତୁ କିଛି ସପ୍ତାହ ପରେ ଆଉ ଚାଲିବନି।
ଅନେକ ୟୁଜର୍ସ ଏହି ନୂଆ ପଲିସୀକୁ ନେଇ ନକାରାତ୍ମକ ପ୍ରତିକ୍ରିୟା ଦେଇଛନ୍ତି। ୟୁଜର୍ସ କହିଛନ୍ତି ଯେ ହ୍ୱାଟ୍ସଆପ୍ ନିଜର ପ୍ୟାରେଣ୍ଟ କମ୍ପାନୀ ଫେସବୁକ୍ ସହ ମିଶି ଡାଟା ସେୟାର କରିବାକୁ ଯୋଜନା କରୁଛି। କିନ୍ତୁ ହ୍ୱାଟ୍ସଆପ୍ ସଫେଇ ଦେଇଛି ଯେ କମ୍ପାନୀ କୌଣସି ୟୁଜର୍ସଙ୍କ ଡାଟା ସେୟାର କରିବନି। ବ୍ୟବସାୟର ଦେୟ ସକ୍ଷମ କରିବା ନୂଆ ପଲିସୀର ଉଦ୍ଦେଶ୍ୟ ବୋଲି କମ୍ପାନୀ କହିଛି।
ହ୍ୱାଟ୍ସଆପ୍ ପୂର୍ବରୁ ଫେସବୁକ୍ ସହ କିଛି ତଥ୍ୟ ସେୟାର କରିଛି, ଯାହାକୁ ଡିଭାଇସର ଆଇପି ଆଡ୍ରେସ୍ ଓ ପ୍ଲାଟଫର୍ମ ମାଧ୍ୟମରେ କିଣା ବିକା କରାଯାଇଥାଏ। କିନ୍ତୁ ୟୁରୋପ, ବ୍ରିଟେନରେ ଏସବୁ ହୋଇନଥାଏ। କାରଣ ସେଠାରେ ଗୋପନୀୟତା ଆଇନ ଅଲଗା ରହିଛି। ହ୍ୱାଟ୍ସଆପର ନୂଆ ପ୍ରାଇଭେସି ପଲିସୀ ଘୋଷଣା ପରେ ଟେଲିଗ୍ରାମ୍ ଓ ସିଗ୍ନାଲ୍ ଭଳି ପ୍ଲାଟଫର୍ମର ଚାହିଦା ବହୁତ ବୃଦ୍ଧି ପାଇଛି। ହ୍ୱାଟ୍ସଆପ୍ ୟୁଜର୍ସ ‘ଏନକ୍ରିପ୍ଟ ମେସେଜିଂ ସିଷ୍ଟମ୍’ର ବିକଳ୍ପ ଖୋଜିବା ଆରମ୍ଭ କରିଛନ୍ତି।