-+91-9937148622 |
prerana_bgr@rediffmail.com |
Monday 10th August 2026 |
R.N.I. Regd No. ODIODI/2010/46693
Breaking News
13-Feb-2021
ନୂଆଦିଲ୍ଲୀ(ପ୍ରେରଣା ଖବର): ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତରେ ଆଜି ରାତିରେ ଭୂକମ୍ପ ଅନୁଭୂତ ହୋଇଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ତାଜିକସ୍ତାନ ବୋଲି ଜଣାପଡ଼ିଛି। ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜୀ (ଏନସିଏସ୍) ପକ୍ଷରୁ କୁହଯାଇଛି ଯେ, ରାତି ୧୦ଟା ୩୧ ମିନିଟରେ ଭୂକମ୍ପ ଅନୁୁଭୂତ ହୋଇଛି।ତାଜିକସ୍ତାନରେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୩ ଥିଲା ବୋଲି ସୂଚନା ମିଳିଛି। ଏନ୍ସିଏସ୍ ପକ୍ଷରୁ କୁହାଯାଇଛି ଯେ, ତାଜିକସ୍ତାନରେ ୧୦ଟା ୩୧ରେ ଭୂକମ୍ପ ଅନୁଭୂତ ହୋଇଥିଲା। ପଂଜାବର ଅମୃତସରରେ ଏହା ୧୦ଟା ୩୪ରେ ଜଣାପଡ଼ିଥିଲା। ପଂଜାବରେ ଭୂକମ୍ପର ତୀବ୍ରତା ୬.୧ ବୋଲି କୁହାଯାଉଛି।ଭୂକମ୍ପ ପଂଜାବ, ଜମ୍ମୁକଶ୍ମୀର, ହରିୟାଣା, ଉତ୍ତରାଖଣ୍ଡ, ରାଜସ୍ଥାନ, ଜମ୍ମୁ, ରାଜୌରୀ, ପଂଛରେ ମଧ୍ୟ ଅନୁଭୂତ ହୋଇଛି। ଲୋକେ ଭୟଭୀତ ହୋଇଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ କୌଣସି କ୍ଷୟକ୍ଷତିର ସୂଚନା ନାହିଁ।