-+91-9937148622 |

prerana_bgr@rediffmail.com |

  Wednesday 9th September 2026 |

| | | |

R.N.I. Regd No. ODIODI/2010/46693

Breaking News

ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ଯକ୍ଷ୍ମ| ମୁକ୍ତ ଭାରତ ଅଭିଯାନ ଆନୁକୂଲ୍ୟରେ ଏକ୍ସ-ରେ କାର୍ଯ୍ୟକ୍ରମ ।   (09-Sep-2026)       ||      ଦୁର୍ଘଟଣାରେ ଆହତ ମାଙ୍କଡ ଆଖି ବୁଜିଲା   (09-Sep-2026)       ||      ଲୋଇସିଂହା ରେଲ ଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ   (09-Sep-2026)       ||      ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ଭାବେ ସରୋଜ କୁମାର ମେଶ୍ୱା ନିଯୁକ୍ତ   (09-Sep-2026)       ||      କେନ୍ଦ୍ର ସରକାର ର ଆଦିବାସୀ ବିରୋଧୀ ଏମ୍‌ଏମ୍‌ଡିଆର୍‌  ଆଇନ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତି ଙ୍କୁ ସ୍ମାରକପତ୍ର   (09-Sep-2026)       ||      ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ    (09-Sep-2026)       ||      ନୁଆଁଖାଇ ପର୍ବ ପାଇଁ ତିନି ଦିନ ଛୁଟି ଦାବି କଲେ ନରସିଂହ   (09-Sep-2026)       ||      ଗଙ୍ଗାଧର ସାହିତ୍ୟ ଆଲୋଚନାଚକ୍ର   (09-Sep-2026)       ||      ପୁରୀ ଠାରୁ ଓଖା କୁ ଟ୍ରେନ ଚଲାଇବାକୁ ଦାବି    (09-Sep-2026)       ||      ବାଗବାଡ଼ି ରେ ଅନନ୍ତ ବ୍ରତ ଯାତ୍ରା ପାଇଁ କଂସ ବରଣ   (09-Sep-2026)       ||      ନୂଆଖାଇ ପୂର୍ବରୁ ଭତ୍ତା ଦିଅ, ନହେଲେ ଆନ୍ଦୋଳନ: ବିଜେଡି   (09-Sep-2026)       ||      ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ପଥରଚେପାରେ ସଂସ୍କୃତ ସପ୍ତାହୋତ୍ସବ ଆୟୋଜିତ   (09-Sep-2026)       ||      *CRG ଚୟନରେ ପାରଦର୍ଶିତା ନେଇ ପ୍ରଶ୍ନ: ସିଆରସି ର ଏକ ପାଖିଆ ନିଷ୍ପର୍ତ୍ତି ରେ ଯୋଗ୍ୟତା ଓ ଅଭିଜ୍ଞତାକୁ ଗୁରୁତ୍ୱ ନାହିଁ*   (09-Sep-2026)       ||      ସମ୍ବଲପୁରର ବିକାଶ ଓ ମୌଳିକ ସୁବିଧା ପାଇଁ ଦିଶା ଓ ଆରପିଡିଏସି ବୈଠକ ଅନୁଷ୍ଠିତ   (09-Sep-2026)       ||      ସମ୍ବଲପୁର ବିଶ୍ୱବିଦ୍ୟାଳୟର ୩୬ତମ ସମାବର୍ତ୍ତନ ସମାରୋହ   (09-Sep-2026)       ||      ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ୫ମ ସମାବର୍ତ୍ତନରେ ସାଂସଦଙ୍କ ଉଦବୋଧନ   (09-Sep-2026)       ||      ଛତୁ ଚାଷ ତାଲିମ ଶିବିରରେ ବିହନ ବଣ୍ଟନ   (09-Sep-2026)       ||      *ବନ୍ଦୋବସ୍ତ ବିଭାଗ ର ଶିରୋସ୍ତାଦାର ମୁରଲୀ ଧର ଶତପଥୀ ଙ୍କ ପରଲୋକ*- *ବିଶିମୁଣ୍ଡା ଅଞ୍ଚଳ ରେ ଶୋକ*-   (09-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ କ୍ରିକେଟ ପ୍ରତିଯୋଗିତା ଆୟୋଜନ ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ    (09-Sep-2026)       ||      ଟିଟିଲାଗଡ ବ୍ଲକ୍ ଠାରେ ଗ୍ରାମ ପଂଚାୟତ ବିକାଶ ପାଣ୍ଠି ଓ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା ର ଯୋଜନା ପ୍ରସ୍ତୁତି ତାଲିମ।   (09-Sep-2026)       ||     

HOME   ଜିଲ୍ଲା

ଗାଁରେ ସମ୍ପୂର୍ଣ୍ଣ ମଦ ବନ୍ଦ ଦାବିନେଇ ଥାନାର ଦ୍ୱାରସ୍ଥ ହେଲେ ମହିଳା ମାନେ

08-Sep-2026



ବିନିକା(ହିମାଂଶୁ ଶେଖର ପୁଟେଲ) ଗାଁ ରେ ଖୁଲମଖୁଲା ମଦ ବିକ୍ରି ।ଦେଶୀ,ବିଦେଶୀ,ବେଇଆନ ରନ୍ଧା ମଦ ଠୁଁ ଆରମ୍ଭ କରି କଫ ସିରଫ,ନିଶା ବଟିକାର ପେଣ୍ଠସ୍ଥଳୀ ପାଲଟିଛି ଗ୍ରାମ ।ଯାହାକୁ ନେଇ ସାରା ଗ୍ରାମରେ ଅଶାନ୍ତିର ବାତାବରଣ ସୃଷ୍ଟି କରିଛି।ଗ୍ରାମରେ ସମ୍ପୂର୍ଣ୍ଣ ଭାବେ ମଦ ବିକ୍ରି ବନ୍ଦ ନେଇ ଆଜି ଗ୍ରାମର ଶତାଧିକ ମହିଳା ବିନିକା ଥାନା ଓ ଅବକାରୀ ବିଭାଗର ଦ୍ୱାରସ୍ଥ ହୋଇଥିବା ଦେଖିବାକୁ ମିଳିଥିଲା। ବିନିକା ଥାନା ଠାରୁ ୬କିମି ଗୁଲୁଣ୍ଡା ଗ୍ରାମର ଘଟଣା ।ଦୀର୍ଘ ବର୍ଷ ହେଲା ଏହି ଗ୍ରାମର ବିଭିନ୍ନ ସ୍ଥାନରେ ବେଶ ଦି ପଇସା ରୋଜଗାର କରିବା ନେଇ କେତେକ ଖଳ ପ୍ରକୃତିର ଲୋକ ସ୍ଥାନୀୟ ଅବକାରୀ ବିଭାଗ ସହିତ ଭିତିରିଆ ସମ୍ପର୍କ ସ୍ଥାପନ କରି ହାତଗୁଁଛା ଦେଇ ମଦ ବିକ୍ରି କରୁଥିବା ଜଣାପଡ଼ିଛି ।ଗ୍ରାମରେ ମଦ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ କରିବା ନେଇ ଆଜି ଗୁଲୁଣ୍ଡା ଗ୍ରାମର ଶତାଧିକ ମହିଳା ବିନିକା ଥାନା ଓ ଅବକାରୀ ବିଭାଗ କୁ ଆସି ଦସ୍ତଖତ ସମ୍ବଳିତ ଦାବି ପତ୍ର ପ୍ରଦାନ କରିଛନ୍ତି।ସେମାନେ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଗୁଲୁଣ୍ଡା ଗାଁର ଚତୁରପାଶ୍ୱରେ ମଦ ବିକ୍ରି ହେଉଛି l ଯେଉଁଥିପାଇଁ ଗାଁର ଯୁବ ପିଡି ଅର୍ଥାତ ଛୋଟରୁ ବଡ଼ ସମସ୍ତେ ନିଶାଖାଇ ବର୍ବାଦ ହେବା ସହ ଭୁଲ ରାସ୍ତାରେ ଯାଉଥିବା ଦେଖିବାକୁ ମିଳୁଛି ।ଏପରିକି ନିଶା ଖାଇ ଅନେକ  ଜଣଙ୍କ ଜୀବନ ବି ଚାଲି ଯାଉଥିବା ଅଭିଯୋଗ ହୋଇଛି l ଗାଁ ର ଝିଅ ବୋହୁ ମାନେ ସୁରକ୍ଷିତ ଯିବା ଆସିବା କରିପାରୁ ନାହାନ୍ତି l ଛୋଟ ଛୋଟ ପିଲାମାନେ ମଧ୍ୟ ମାଦକ ଦ୍ରବ୍ୟ ବ୍ୟବହାର କରୁଥିବା ଜଣାପଡ଼ିଛି । ଏଥିପାଇଁ ଗାଁର ମହିଳା ମାନେ ଆଜି ବେଆଇନ ଦେଶୀ, ବିଦେଶୀ ମଦ,ନିଶା ବଟିକା ଏବଂ କଫ ସିରଫ ବନ୍ଦ ଦାବିରେ ବିନିକା ଥାନାର ଦ୍ୱାରସ୍ତ ହୋଇ ଲିଖିତ ଅଭିଯୋଗ କରିଛନ୍ତି I ଯଦି ଆଗାମୀ ଦିନରେ ଏହି ସବୁ ସାମଗ୍ରୀ ବିକ୍ରିରେ ବନ୍ଦ ନହୁଏ ତେବେ ଆଗାମୀ ଦିନରେ ଗ୍ରାମବାସୀ ରାଜରାସ୍ତାକୁ ଓଲ୍ଲାଇ ଆନ୍ଦୋଳନ କରିବା ସହ ସରକାରୀ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଥାନାର ଦ୍ୱାରସ୍ଥ ମହିଳା ମାନେ ପ୍ରଥମେ ବିନିକା ଥାନା ସବ ଇନିସ୍ପେକ୍ଟର ପ୍ରଭାତୀ ଦାସଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ପରେ ଅବକାରୀ କାର୍ଯ୍ୟାଳୟକୁ ଯାଇ ଦାବିପତ୍ର ପ୍ରଦାନ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ଯକ୍ଷ୍ମ| ମୁକ୍ତ ଭାରତ ଅଭିଯାନ ଆନୁକୂଲ୍ୟରେ ଏକ୍ସ-ରେ କାର୍ଯ୍ୟକ୍ରମ ।   09-Sep-2026
  ଜିଲ୍ଲା  
ଦୁର୍ଘଟଣାରେ ଆହତ ମାଙ୍କଡ ଆଖି ବୁଜିଲା   09-Sep-2026
  ଜିଲ୍ଲା  
ଲୋଇସିଂହା ରେଲ ଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ   09-Sep-2026
  ଜିଲ୍ଲା  
ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ଭାବେ ସରୋଜ କୁମାର ମେଶ୍ୱା ନିଯୁକ୍ତ   09-Sep-2026
  ଜିଲ୍ଲା  
କେନ୍ଦ୍ର ସରକାର ର ଆଦିବାସୀ ବିରୋଧୀ ଏମ୍‌ଏମ୍‌ଡିଆର୍‌  ଆଇନ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତି ଙ୍କୁ ସ୍ମାରକପତ୍ର   09-Sep-2026
  ଜିଲ୍ଲା  
ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ   09-Sep-2026
  ଜିଲ୍ଲା  
ନୁଆଁଖାଇ ପର୍ବ ପାଇଁ ତିନି ଦିନ ଛୁଟି ଦାବି କଲେ ନରସିଂହ   09-Sep-2026
  ଜିଲ୍ଲା  
ଗଙ୍ଗାଧର ସାହିତ୍ୟ ଆଲୋଚନାଚକ୍ର   09-Sep-2026
  ଜିଲ୍ଲା  
ପୁରୀ ଠାରୁ ଓଖା କୁ ଟ୍ରେନ ଚଲାଇବାକୁ ଦାବି   09-Sep-2026
  ଜିଲ୍ଲା  
ବାଗବାଡ଼ି ରେ ଅନନ୍ତ ବ୍ରତ ଯାତ୍ରା ପାଇଁ କଂସ ବରଣ   09-Sep-2026
  ଜିଲ୍ଲା  
ନୂଆଖାଇ ପୂର୍ବରୁ ଭତ୍ତା ଦିଅ, ନହେଲେ ଆନ୍ଦୋଳନ: ବିଜେଡି   09-Sep-2026
  ଜିଲ୍ଲା  
ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ପଥରଚେପାରେ ସଂସ୍କୃତ ସପ୍ତାହୋତ୍ସବ ଆୟୋଜିତ   09-Sep-2026

You Might Also Like