-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
10-Feb-2021
ପୁରୀ:(ପ୍ରେରଣା ଖବର) : କାର୍ଯ୍ୟରେ ଅବହେଳା କରୁଥିବା ପୋଲିସ କାର୍ମଚାରୀଙ୍କ ପାଇଁ ଆଉ ଏକ ଝଟକା। କାର୍ଯ୍ୟରେ ଅବହେଳା କଲେ ଆଉ ଚାକରୀରେ ସ୍ଥାନ ନାହିଁ। ପନିସମେଣ୍ଟରେ ମିଳିବ ନିଲମ୍ବନର ଉପହାର। ଯାହା ଏବେ ଜଣେ କାର୍ଯ୍ୟରତ ASIଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। କାର୍ଯ୍ୟରେ ଅବହେଳା ପାଇଁ ଜଣେ ASIଙ୍କୁ ସସ୍ପେଣ୍ଡ କରାଯାଇଛି। ASIଙ୍କ ନାମ ହେଉଛି ଲକ୍ଷ୍ମଣ ସୋରେନ।
କାର୍ଯ୍ୟରେ ଅବହେଳା ପାଇଁ ପୁରୀ SP ତାଙ୍କୁ ସସ୍ପେଣ୍ଡ କରଛନ୍ତି। ତେବେ ASI ଜଣଙ୍କ ପୁରୀ ତାଳବଣିଆ ଥାନାରେ ପୋଷ୍ଟିଙ୍ଗ ହୋଇଥିଲା। ସୂଚନା ଅନୁଯାୟୀ ASI ଲକ୍ଷ୍ମଣ ସୋରେନ ପୁରୀ ଗ୍ରୀଡକୋ ଛକରେ ଡ୍ୟୁଟି କରୁଥିବା ସମୟରେ ଡ୍ୟୁଟି ଛାଡ଼ି ଅନ୍ୟତ୍ର ବୁଲୁଥିଲେ। ଏହି ଖବର SPଙ୍କ ପାଖରେ ପହଞ୍ଚିବା ପରେ SP ଖବର ସମ୍ପର୍କରେ ଅଧିକ ତଦନ୍ତ କରି ତାଙ୍କୁ ଆଜି ନିଲମ୍ବିତ କରିଛନ୍ତି।
ତେବେ କିଛିଦିନ ତଳେ କୃଷ୍ଣପ୍ରସାଦ ଥାନା ASI ଙ୍କୁ ଗିରଫ ସହ ନିଲମ୍ବନ କରାଯାଇଥିବା ବେଳେ ପୁରୀ ସଦର ଥାନା ର ଲେଡି SI ଅତସୀ ଜେନାଙ୍କୁ ମଧ୍ୟ ନିଲମ୍ବନ କରାଯାଇଥିଲା। ତେବେ କ୍ରିମିନାଲ ହୁଅନ୍ତୁ ଅବା ପୋଲିସ ଯିଏ ଭୁଲ କରିବ ତାଙ୍କ ବିରୁଦ୍ଧରେ ଜିରୋ ଟଲେରାନ୍ସ ନୀତି ଆପଣା ଯିବ ବୋଲି ପୁରୀ SP ପୂର୍ବରୁ ସୂଚନା ଦେଇଥିଲେ।