-+91-9937148622 |
prerana_bgr@rediffmail.com |
Friday 3rd July 2026 |
R.N.I. Regd No. ODIODI/2010/46693
Breaking News
02-Jul-2026
ଲୋଇସିଂହା, (ପ୍ରେରଣା ଖବର) ଓଡ଼ିଶା ପୋଲିସ ତରଫରୁ ମାଦକ ଦ୍ରବ୍ୟ ନିଷ୍କାସନ ତଥା ମାଦକ ଦ୍ରବ୍ୟ ବିରୋଧୀ ସାମୁହିକ ସଂକଳ୍ପ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ "ନିଶାମୁକ୍ତ ଓଡ଼ିଶା ଅଭିଯାନ" କାର୍ଯ୍ୟକ୍ରମ ଲୋଇସିଂହା ଥାନା ପରିସରରେ ଆୟୋଜିତ ହୋଇଯାଇଛି । ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ଆଭାସୀ ଜରିଆରେ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ ନିଶାମୁକ୍ତ ଭାରତ ଗଠନ କରିବା ପାଇଁ ଆହ୍ବାନ ଜଣାଇଥିଲେ । ସମାଜ ତଥା ଦେଶର ବିକାଶରେ ଯୁବବର୍ଗଙ୍କ ଭୂମିକା ଅତି ଗୁରୁତ୍ବପୂର୍ଣ୍ଣ । ଯୁବବର୍ଗ ହେଉଛନ୍ତି ଜାତିର ଶକ୍ତି ଓ ସମ୍ପଦ । ତେଣୁ ସର୍ବାଧିକ ଯୁବପିଢି ନିଶାମୁକ୍ତ ଭାରତ ଅଭିଯାନରେ ସାମିଲ ହୋଇ ସଂକଳ୍ପ ନେବା ଉଚିତ୍ ବୋଲି କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଥିଲା । ଲୋଇସିଂହା ଥାନାରେ ଆୟୋଜିତ ଏହି ଆଭାସୀ କାର୍ଯ୍ୟକ୍ରମରେ ଆଇଆଇସି ସିପୋରା ସାଏରା ଲୁଗୁନ୍ ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ନିଶାମୁକ୍ତ ସମାଜ ଗଠନ ପାଇଁ ଏକ ଶପଥ ପାଠ କରାଯାଇଥିଲା । ସ୍ଥାନୀୟ ଅଂଚଳର ଅନେକ ବୁଦ୍ଧିଜୀବି, ଲୋକ ପ୍ରତିନିଧି ତଥା ଗଣମାଧ୍ୟମ ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ l